ଗୌତମ ଗମ୍ଭୀର ଠକେଇ ମାମଲାରେ ଫସିଲେ : ହାଇକୋର୍ଟ
ନୂଆଦିଲ୍ଲୀ :ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଅଡୁଆ ଥମିବାର ନାଁ ଧରୁନି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଏବଂ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ହାରିବା ପରେ ସେ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟର ଏକ ଆଦେଶ ତାଙ୍କ ସମସ୍ୟାକୁ ବଢାଇ ଦେଇଛି। ଘର କ୍ରେତାଙ୍କ ସହ ଠକେଇ ମାମଲାରେ ପୂର୍ବତନ କ୍ରିକେଟରଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ନିମ୍ନ ଅଦାଲତର ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି।