୧୫ ଯୁବତୀଙ୍କୁ ଦୁଷ୍କର୍ମ କରି ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ଫେରାର

ନୂଆଦିଲ୍ଲୀ : ୧୫ ଜଣ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ପରେ ଚୈତନ୍ୟାନନ୍ଦ ଫେରାର୍ ଅଛନ୍ତି। ସେ ବସନ୍ତ କୁଞ୍ଜରେ ଏକ ଆଶ୍ରମ ଚଳାଉଛନ୍ତି। ଦିଲ୍ଲୀର ବସନ୍ତ କୁଞ୍ଜରେ ଥିବା ଏକ ପ୍ରସିଦ୍ଧ ଆଶ୍ରମର ନିର୍ଦ୍ଦେଶକ ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀଙ୍କ ବିରୋଧରେ ପ୍ରାୟ ୧୫ ଜଣ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ବସନ୍ତ କୁଞ୍ଜ ପୋଲିସ ଏକ ଏଫ୍ଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତାଙ୍କ ଭଲଭୋ କାର୍ରୁ ଏକ ନକଲି ୩୯ ୟୁଏନ୍ ୧ ନମ୍ବର ମଧ୍ୟ ମିଳିଛି। ଗାଡ଼ିଟି ଏବେ ପୋଲିସ ଜବତ କରିଛି। ମାମଲା ପଞ୍ଜୀକରଣ ପରେ, ଆଶ୍ରମ ପ୍ରଶାସନ ଅଭିଯୁକ୍ତଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଛି। ଦିଲ୍ଲୀ ପୋଲିସ ଅଭିଯୁକ୍ତ ଚୈତନ୍ୟାନନ୍ଦ ସରସ୍ବତୀଙ୍କ ସନ୍ଧାନ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ବର୍ତ୍ତମାନ ତାଙ୍କର ଶେଷ ସ୍ଥାନ ଆଗ୍ରାରେ ଅବସ୍ଥିତ। ତାଙ୍କୁ ଏବେ ଉତ୍ତରପ୍ରଦେଶ ପୋଲିସ ସହାୟତାରେ ଖୋଜା ଚାଲିଛି। ପୀଡ଼ିତ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।