ପିତବାସଙ୍କ ହତ୍ୟାକାଣ୍ଡରେ ୫୦ଜଣଙ୍କୁୁ ଜେରା
ଭୁବନେଶ୍ୱର : ଆଇନଜୀବୀ ପିତବାସଙ୍କ ହତ୍ୟାକାଣ୍ଡରେ ସିସିଟିଭି ଯାଞ୍ଚ କରି ୫୦ଜଣଙ୍କୁୁ ଜେରା କରିଛି ବ୍ରହ୍ମପୁର ପୁଲିସ । ୫ ରୁ ୬ ଜଣଙ୍କ ଉପରେ ଅଧିକ ସନ୍ଦେହ କାରଣରୁ ପଚାରାଉଚରା କରୁଛି । ଘଟଣା ସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରିବା ସହ ଆଖପାଖରେ ଥିବା ସମସ୍ତ ସିସିଟିଭିର ଯାଞ୍ଚ କରି ସିସିଟିଭି ଫୁଟେଜ୍ରୁ ମିଳିଥିବା ଦାମୀ କାରକୁ ସନ୍ଦେହ କରି ତଦନ୍ତ ଚଳାଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଖୁବ ଶିଘ୍ର ମୁଖ୍ୟ ଆସାମୀକୁ ଧରାଯିବ ବୋଲି ବ୍ରହ୍ମପୁର ଏସପି ସରବଣା ବିବେକ ଏମ୍ କହିଛନ୍ତି ।