ହୀରକ ଜୟନ୍ତୀର ଉଦ୍ଘାଟନ କଲେ ରାଜ୍ୟପାଳ
ଭୁବନେଶ୍ୱର: ଆଜି ବୀର ନରସିଂହପୁର ସ୍ଥିତ ଭାର୍ଗବୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ.କମ୍ଭମପାଟି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ରାଜ୍ୟପାଳ କିହିଥିଲେ କି, ଛାତ୍ରଛାତ୍ରୀମାନେ ବଡ ସ୍ୱପ୍ନ ଦେଖିବା ସହ ଏହାକୁ ସାକାର କରିବା ପାଇଁ ଅଧ୍ୟବସାୟ ଜାରି ରଖନ୍ତୁ । ଶିକ୍ଷା ପ୍ରଗତିଶୀଳ ସମାଜର ଭିତ୍ତିଭୂମି । ଛାତ୍ରଛାତ୍ରୀମାନେ ଦେଶ ନିର୍ମାଣର ଧାରକ ସାଜନ୍ତୁ । ବିଦ୍ୟାଳୟ ସମୟ ଛାତ୍ରଛାତ୍ରୀ ଙ୍କ ପାଇଁ ଶ୍ରେଷ୍ଠ ସମୟ । ଏହା ଏକ ସୁନ୍ଦର ଭବିଷ୍ୟତ ଗଢିବାର ସୁବର୍ଣ୍ଣ ସୁଯୋଗ । ଶିକ୍ଷା କେବଳ ପରୀକ୍ଷାରେ ଅଧିକ ନମ୍ବର ହାସଲ ପାଇଁ ନୁହେଁ ବରଂ ଏହା ଜ୍ଞାନ ଆହରଣ, ଜିଜ୍ଞାସା ଓ ଅନୁସନ୍ଧିସôୁ ଭାବନା ବଢାଇ ଏକ ଉତ୍ତମ, ଦାୟିତ୍ୱବାନ ନାଗରିକ ହେବାକୁ ପ୍ରେରଣା ଦିଏ ବୋଲି ରାଜ୍ୟପାଳ କହିଥିଲେ । ସମ୍ମାନିତ ଅତିଥି ଭାବେ ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀର କୁଳପତି ସବିତା ପ୍ରଧାନ ପ୍ରମୁଖ ଯୋଗ ଦେଇ ଉକôୃଷ୍ଟ ଛାତ୍ରଛାତ୍ରୀ, ଉତ୍ତମ ଓ ଶୃଙ୍ଖଳିତ ସମାଜ ଗଠନରେ ଶିକ୍ଷାନୁଷ୍ଠାନର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ହୀରକ ଜୟନ୍ତୀ ସ୍ମରଣିକାକୁ ରାଜ୍ୟପାଳ ଉନ୍ମୋଚନ କରିବା ସହ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ହୀରକ ଜୟନ୍ତୀ କମିଟିର ଅଧ୍ୟକ୍ଷ ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୈଳାଧିରାଜ ତନୟା ଶତପଥୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇଥିଲେ ।