ଆଇଏଏସସ୍ତରରେ ଅଦଳବଦଳ
IAS resuffle
ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି । ଯୋଗାଣ ଓ ଶକ୍ତି ସଚିବ ବଦଳିଛନ୍ତି । ବିଶାଳ କୁମାର ଦେବଙ୍କୁ ଶକ୍ତି ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଏବେ ସେ ଓକାକର ଅଧ୍ୟକ୍ଷ ସହ ଆଇଟି ବିଭାଗର ପ୍ରମୁଖ ସଚିବ ଅଛନ୍ତି । ସେହିପରି ଆଇଏଏସ ସଂଜୟ କୁମାର ସିଂଙ୍କୁ ଖାଦ୍ୟଯୋଗାଣ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସଂଜୟ ଏବେ ଗ୍ରାମ୍ୟ ଉନ୍ନୟନ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଅଛନ୍ତି । ଅପରପକ୍ଷରେ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲର ସିଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଭାସ୍କର ଏବେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ସଚିବ ଅଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଗିରିଶ ଏସଏନଙ୍କୁ ପଞ୍ଚାୟତିରାଜ ବିଭାଗର ସଚିବ ଭାବେ ଦାୟିତ୍ୱ ମିଳିଛି । ଅପରପକ୍ଷରେ ଗୁହା ପୁନମ ତାପସ କୁମାରଙ୍କୁ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତକଳା ବିଭାଗର କମିଶନର-ସଚିବ ଭାବେ ଅବସ୍ଥାପିତ କରାଯାଇଛି ।