ଟାଟା ମୋଟର୍ସର ବାଜାଜ ଫାଇନାନ୍ସ ସହିତ ଚୁକ୍ତି
ଭୁବନେଶ୍ୱର,: ଭାରତର ଅଗ୍ରଣୀ ଅଟୋମୋବାଇଲ ନିର୍ମାତା ଟାଟା ମୋଟର୍ସର ସହାୟକ କମ୍ପାନୀ ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ(ଟିଏମପିଭି) ଏବଂ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି (ଟିପିଇଏମ) ଏହାର ଯାତ୍ରୀ ଏବଂ ବୈଦ୍ୟୁତିକ ଯାନ ଡିଲରମାନଙ୍କୁ ଯୋଗାଣ ଶୃଙ୍ଖଳା ଫାଇନାନ୍ସ ସମାଧାନ ପ୍ରଦାନ କରିବା ପାଇଁ ଭାରତର ଅନ୍ୟତମ ଅଗ୍ରଣୀ ଏବଂ ସବୁଠାରୁ ବିବିଧ ଆର୍ଥିକ ସେବା ଗୋଷ୍ଠୀ ବଜାଜ ଫାଇନାନ୍ସ ଲିମିଟେଡର ଅଂଶ ବଜାଜ ଫିନ୍ସର୍ଭ ସହିତ ହାତ ମିଳାଇଛନ୍ତି ।
ଏହି ବୁଝାମଣାପତ୍ର (ଏମଓୟୁ) ମାଧ୍ୟମରେ, ଅଂଶଗ୍ରହଣକାରୀ କମ୍ପାନୀମାନେ ଏକତ୍ରିତ ହୋଇ ବଜାଜ ଫାଇନାନ୍ସର ବ୍ୟାପକ ବିସ୍ତାରକୁ ଟିଏମପିଭି ଏବଂ ଟିପିଇଏମର ଡିଲରମାନଙ୍କୁ ସର୍ବନିମ୍ନ ବନ୍ଧକ ସହିତ ଆର୍ଥିକ ସହାୟତା ପାଇବାକୁ ସାହାଯ୍ୟ କରିବେ । ଏହି ସହଭାଗିତା ପାଇଁ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡର ମୁଖ୍ୟ ଆର୍ଥିକଅଧିକାରୀ ତଥା ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଲିମିଟେଡର ନିଦେ୍ର୍ଦଶକ ଧୀମାନ ଗୁପ୍ତା ଏବଂ ବଜାଜ ଫାଇନାନ୍ସ ଲିମିଟେଡର ମୁଖ୍ୟ ବ୍ୟବସାୟ ଅଧିକାରୀ ସିଦ୍ଧାର୍ଥ ଭଟ୍ଟ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡର ମୁଖ୍ୟ ଆର୍ଥିକ ଅଧିକାରୀ, ଏବଂ ଟାଟା ମୋଟର୍ସ ପାସେଞ୍ଜର ଯାନ ଲିମିଟେଡର ନିଦେ୍ର୍ଦଶକ, ଧୀମାନ ଗୁପ୍ତା,ଏହି ସହଭାଗୀତା ଉପରେ ମନ୍ତବ୍ୟ ଦେଇ କହିଥିଲେଯେ, ଆମର ବ୍ୟବସାୟିକ ଅଂଶୀଦାର ମାନେ ଆମ ବ୍ୟବସାୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟନ୍ତି । ସକ୍ରିୟ ଭାବେ ସେମାନଙ୍କୁ ବ୍ୟବସାୟ କରିବାରେ ସାହାଯ୍ୟ ଏବଂ ସମାଧାନ କରିବା ଦିଗରେ ଆମେ ବହୁତ ଖୁସି । ବଜାରକୁ ଆହୁରି ଆଗକୁ ନେବା ସହିତ ନୂତନ ଗ୍ରାହକ ବୃଦ୍ଧି ନିମନ୍ତେ ନୂତନ ପୋର୍ଟଫୋଲିଓ ଅଫର କରିବା ପାଇଁ ଏକତ୍ର ଲକ୍ଷ୍ୟ ରଖିଛୁ । ସେଥିଲାଗି, ଏହି ଆର୍ଥିକ କାର୍ଯ୍ୟକ୍ରମ ପାଇଁ ବାଜାଜ ଫାଇନାନ୍ସ ସହିତ ଯୁକ୍ତ ହୋଇ, ଆମ୍ଭେ ବହୁତ ଉତ୍ସାହିତ । ଏହି ସହଭାଗିତା ଉପରେ ବଜାଜ ଫାଇନାନ୍ସ ଲିମିଟେଡର ଉପପରି·ଳନା ନିଦେ୍ର୍ଦଶକ ଅନୁପ ସାହା ମନ୍ତବ୍ୟ ଦେଇଛନ୍ତି ଯେ ,ବଜାଜ ଫାଇନାନ୍ସରେ ଆମେ ସର୍ବଦା ଆର୍ଥିକ ସହାୟତା ଉପରେ ଧ୍ୟାନ ଦେଇଛୁ । ଆମେ ଏହି ସମାଧାନ ପାଇଁ ଇଣ୍ଡିଆ ଷ୍ଟାକ ବ୍ୟବହାର କରି ସର୍ବୋତ୍ତମ ପ୍ରକ୍ରିୟା ପ୍ରଦାନ କରିବାକୁ ଚେଷ୍ଟା କରିଛୁ ଯାହା ଉଭୟ ବ୍ୟକ୍ତି ଏବଂ ବ୍ୟବସାୟକୁ ସଶକ୍ତ କରିଥାଏ ।
ଏହି ଆର୍ଥିକ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଟିଏମପିଭି ଓ ଟିପିଇଏମର ପ୍ରାଧିକୃତ ଯାତ୍ରୀ ଏବଂ ବୈଦୁତିକ ଯାନବାହାନ ଡିଲର ମାନଙ୍କୁ ଆର୍ଥିକ ପୁଞ୍ଜି ସାହାଯ୍ୟ କରିବ, ଯାହା ସେମାନଙ୍କୁ ବଜାର ଦ୍ୱାରା ବଢୁଥିବା ଯାତ୍ରୀବାହୀ ଯାନର ସୁଯୋଗକୁ ଲାଭ ଉଠେଇବା ପାଇଁ ସକ୍ଷମ କରାଇବ । ଟିଏମଭିପି ଏବଂ ଟିପିଈଏମ ଏହାର ଉଭୟ ଆଇସିଈ ଏବଂ ଈଭି ବିଭାଗରେ ପ୍ରୟାସ ସହିତ ଭାରତୀୟ ଅଟୋମୋବାଇଲ୍ ବଜାରରେ ଅଗ୍ରଗତି କରିଆସୁଛନ୍ତି । କମ୍ପାନୀର ନୂତନ ସ୍ଥାୟୀ ସେଗମେଣ୍ଟ ଅଗ୍ରଣୀ ଉତ୍ପାଦଗୁଡିକର ପରିଚୟ ସୃଷ୍ଟି କରିଛି ଯାହା ଗ୍ରାହକମାନଙ୍କ ଦ୍ୱାରା ବହୁମାତ୍ର ରେ ପ୍ରଶଂସିତ ହେଉଛି ।