ଲୋକ ସଭାରେ ଆଗତ ହେବ ଆଇଟି ବିଲ୍ : ITR ଫାଇଲିଂ ପଦ୍ଧତିରେ ପରିବର୍ତ୍ତନ!
ନୂଆଦିଲ୍ଲୀ,: ନୂତନ ଇନ୍କମ୍ ଟାକ୍ସ(ଆଇଟି) ବିଲ୍ ଲୋକ ସଭାରେ ଗୁରୁବାର ଆଗତ ହେବ। ଏହା ପୂର୍ବରୁ ବୁଧବାର ଏହି ବିଲ୍ର ଡ୍ରାଫ୍ଟ ଜାରି କରାଯାଇଛି। ୬୨୨ ପୃଷ୍ଠା ବ୍ୟତୀତ ଏହି ବିଲ୍ରେ ୫୩୬ ସେକ୍ସନ ଏବଂ ୧୬ ସେଡ୍ୟୁଲ ଏବଂ ୨୩ ଚାପ୍ଟର ରହିଛି। ପୁରୁଣା ଆଇଟି ଆକ୍ଟ, ୧୯୬୧ ୮୮୦ ପୃଷ୍ଠା ବିଶିଷ୍ଟ ହୋଇଥିବାବେଳେ ସେଥିରେ ୧୪ଟି ସେଡ୍ୟୁଲ ରହିଥିଲା। ସେହିପରି ପୁରୁଣା ଆଇନରେ ୨୯୮ଟି ଧାରା ଥିବାବେଳେ ନୂତନ ଆଇଟି ବିଲ୍ରେ ୫୩୬ଟି ଧାରା ରହିଛି। ଗତ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ନିଜ ବଜେଟ ଭାଷଣରେ ନୂତନ ଆଇଟି ବିଲ୍ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଏହା ଅତି ସରଳ ଭାଷାରେ ରହିଛି, ଯାହାକୁ ଲୋକମାନେ ଅତି ସହଜରେ ବୁଝିପାରିବେ। ପୁରୁଣା ଆୟକର ଆଇନ ଅନୁଯାୟୀ ବ୍ୟବହୃତ ହେଉଥିବା ଫାଇନାନ୍ସିଆଲ ଇୟର, ଆସେସ୍ମେଣ୍ଟ ଇୟର ଆଦି ଟର୍ମ ବଦଳରେ ନୂତନ ଆଇଟି ବିଲ୍ରେ କେବଳ ଗୋଟିଏ, ଟାକ୍ସ ଇୟର ଟର୍ମ ବ୍ୟବହୃତ ହେବ। ନୂତନ ଆଇଟି ବିଲ୍, ୨୦୨୫କୁ ୨୦୨୬ ଏପ୍ରିଲରୁ ଲାଗୁକରିବାକୁ କେନ୍ଦ୍ର ସରକାରଙ୍କର ପ୍ରସ୍ତାବ ରହିଛି।