ବିନା ସହମତିରେ ସ୍ତ୍ରୀଙ୍କ ସହ ଯୌନ ସମ୍ପର୍କ ଅପରାଧ ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ସ୍ତ୍ରୀଙ୍କ ବୟସ ୧୫ ବର୍ଷରୁ ଅଧିକ ହୋଇଥିଲେ, ତାଙ୍କ ସହ ସ୍ବାମୀଙ୍କ ଯୌନକ୍ରିୟା ବଳାତ୍କାର ନୁହେଁ ବୋଲି ଛତିଶଗଡ଼ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି। ଏପରିକି ପ୍ରାପ୍ତବୟସ୍କା ସ୍ତ୍ରୀଙ୍କ ବିନା ସହମତିରେ ତାଙ୍କ ସହ ଅପ୍ରାକୃତ କାର୍ଯ୍ୟ ସମେତ ଯୌନ ସମ୍ପର୍କକୁ ଅପରାଧ ବିବେଚନା କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍ ନରେନ୍ଦ୍ର କୁମାର ବ୍ୟାସ ଟିପ୍ପଣୀ ଦେଇଛନ୍ତି।
ସ୍ତ୍ରୀଙ୍କୁ ବଳାତ୍କାର ଓ ଅପ୍ରାକୃତ ଯୌନ ସମ୍ପର୍କ ମାମଲାରେ ତଳକୋର୍ଟ ଦ୍ୱାରା ଦୋଷୀସାବ୍ୟସ୍ତ ଜବଲପୁରର ଜଣେ ବ୍ୟକ୍ତିଙ୍କୁ ହାଇକୋର୍ଟ ଦୋଷମୁକ୍ତ କରିଦେଇଛନ୍ତି। ବ୍ୟକ୍ତି ଜଣକ ୨୦୧୭ରେ ଗିରଫ ହୋଇଥିବାବେଳେ ୨୦୧୯ରେ ବସ୍ତର ଜିଲାର ଟ୍ରାଏଲ୍ କୋର୍ଟ ତାଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ।