ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

 ପାରାଦୀପ : ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ କୁଜଙ୍ଗ ତଳୁକ୍ ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କୁଜଙ୍ଗ ତାଲୁକ୍ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପାର୍ଥସାରଥୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ଓ ଦେଶରେ ଶ୍ରମିକମାନଙ୍କ ପାଇଁ ଥିବା ଆଇନ୍ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ କୁଜଙ୍ଗ ପ୍ରଥମ ଶ୍ରେଣୀ ବି·ର ବିଭାଗୀୟ ବି·ରପତି ବିଶ୍ୱଭୂଷଣ ନାୟକ, ବରିଷ୍ଠ ଆଇନଜୀବୀ ଅମୃତ ଦାସ, ଅନ୍ତର୍ଯ୍ୟାମୀ ନାରାୟଣ ଯାଦବ ପ୍ରମୁଖ ଯୋଗ ଦେଇ ଦେଶ ଓ ବିଦେଶରେ ଶ୍ରମିକମାନଙ୍କ ପାଇଁ ଥିବା ଆଇନ୍ ଓ ସେମାନଙ୍କର ସୁରକ୍ଷା ପାଇଁ ସମ୍ବିଧାନରେ ଥିବା ପ୍ରାବଧାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଶହେ ଅଧିକ ମହିଳା ଓ ପୁରୁଷ ଶ୍ରମିକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ରମେଶ ଚନ୍ଦ୍ର ବେହେରା, ସତ୍ୟନାରାୟଣ ମହାପାତ୍ର, ଆଇନଜୀବୀ ରୋଜାଲିନ ନାୟକ, ରାକେଶ ଦଳାଇ, ଅଲେଖ ମହରଥା, ତନ୍ମୟ ମଲ୍ଲିକ ପ୍ରମୁଖ ପରି·ଳନା କରିଥିଲେ ।
ଜଟଣୀ,୨ା୫:  ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଠାରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ରମେଶ ସାହୁଙ୍କ ନିଦେ୍ର୍ଦଶକ୍ରମେ ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜଙ୍କ ନେତୃତ୍ୱରେ ତିନୋଟି ବ୍ରାଞ୍ଚର ଶତାଧିକ କର୍ମକର୍ତ୍ତା ବିଭିନ୍ନ ବିଭାଗର କାର୍ଯ୍ୟସ୍ଥଳୀ ଠାରେ ପହଞ୍ଚô କାର୍ଯ୍ୟରତ କର୍ମ·ରୀମାନଙ୍କୁ ଉତ୍ତରୀୟ ପିନ୍ଧାଇବା ସହ ମିଠା ଖୁଆଇ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରିଥିଲେ । ପଥପ୍ରାନ୍ତ ସଭାକରି ଶ୍ରମିକମାନଙ୍କୁ ସଂଗଠିତ ହୋଇ ରହିବା ପାଇଁ ଶାଖା ସମ୍ପାଦକ ଏଲ ଡ଼ି ମହାନ୍ତି ଆହ୍ୱାନ ଦେଇଥିଲେ । ଆଠ ଘଣ୍ଟା କାମ, ଆଠ ଘଣ୍ଟା ବିଶ୍ରାମ ଓ ଆଠଘଣ୍ଟା ସାମାଜିକ ଦାୟିତ୍ୱ ଭଳି ସମୟ ନିର୍ଘଣ୍ଟ କରାଯିବା ସତ୍ତ୍ୱେ କିନ୍ତୁ ସଂକେତ ଓ ଦୂରଭାଷ ବିଭାଗରେ ଶ୍ରମଆଇନର ଖୋଲା ଉଲ୍ଲଂଘନ କରାଯାଇ କର୍ମ·ରୀମାନଙ୍କୁ ଚବିଶ ଘଣ୍ଟିଆ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଥିଲା । ଚବିଶ ଘଣ୍ଟିଆ କାର୍ଯ୍ୟରୁ ବିରତି ନିମନ୍ତେ ଶେଷ ପିଏନ୍ଏମ ନିଷ୍ପତ୍ତି ଅନୁଯାୟୀ ରାତ୍ରିକାଳୀନ ଜରୁରୀ ମରାମତି ସମୟରେ ନିର୍ଦ୍ଧିଷ୍ଟ କର୍ମ·ରୀମାନଙ୍କୁ ସଜାଗ ରଖାଯିବ, କିନ୍ତୁ ଏ ପର୍ଯ୍ୟନ୍ତ ଲାଗୁ ହୋଇନଥିବାରୁ ଆସନ୍ତା ପିଏନଏମରେ ପୁନର୍ବାର ଦାବି ଉଠାଯାଇ ଏହି ନିୟମକୁ ତୁରନ୍ତ ଲାଗୁ କରାଯିବ ବୋଲି ମଣ୍ଡଳ ସଂଯୋଜକ ଶ୍ରୀ ଭଞ୍ଜ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହସଂଯୋଜକ ନିରଞ୍ଜନ ମିଶ୍ର, ଶାଖା ସମ୍ପାଦକ ଦୁଃଶାସନ ସାହୁ, କେନ୍ଦ୍ରୀୟ ପଦାଧିକାରୀ  ଅକ୍ଷୟ ପ୍ରଧାନ, ଅଖିଳ ଦାସ, ଶିବକୁମାର ରେ‡ୀ, ଗୋପାଳ ଦାସ, ଜି ରାମ ମୋହନ ରାଓ, ଶ୍ରୀନିବାସ ପ୍ରମୁଖ କାର୍ଯ୍ୟକ୍ରମ ପରି·ଳନା କରିଥିଲେ ।
କେନ୍ଦୁଝର,୨ା୫:  ବିଶ୍ୱ ଶ୍ରମିକ ଦିବସ ତଥା ମଇ ଦିବସ ଉପଲକ୍ଷେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣି ଓ କାରଖାନା ଶ୍ରମିକମାନଙ୍କ ଦ୍ୱାରା ମଇ ଦିବସ ବେଶ ଉତ୍ସାହର ସହିତ ପାଳନ କରାଯାଇଛି । ଗଂଧମାର୍ଦ୍ଦନ ଲୈହ ଖଣି, ଶୁଆକାଟି ଠାରେ ଏକ ହଜାରରୁ ଅଧିକ ଶ୍ରମିକ ଏକ ବିରାଟ ପଟୁଆରରେ ମନ୍ଦିର ଛକ ପର୍ଯ୍ୟନ୍ତ ଆସି ଖଣି ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଏକସଭା ଅନୁଷ୍ଠିତ ହୋଇଥିଲା । ଏଆଇଟିୟୁସିର ସର୍ବ ଭାରତୀୟ ସଂପାଦକ ତଥା କେନ୍ଦୁଝର ମାଇନ୍ସ ଏଣ୍ଡ ଫରେଷ୍ଟ ୱାର୍କରସ ୟୁନିୟନର ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମଇ ଦିବସର ଇତିହାସ ସମେତ କେନ୍ଦ୍ର ମୋଦି ସରକାରଙ୍କ ଶ୍ରମିକ ବିରୋଧି ନୀତିକୁ କଠୋର ସମାଲୋଚନା କରିଥିଲେ । ଏଆଇଟିୟୁସିର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ୟୁନିୟନର ସାଧାରଣ ସଂପାଦକ ସାଥୀ ମହେଶ୍ୱର ରାଉତ ଖଣି ନିଗମର ବିଭିନ୍ନ ଖଣିରେ ଠିକାଦାର ଅଧିନରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ବିଭିନ୍ନ ବାଟରେ କରାଯାଉଥିବା ଶୋଷଣର ପ୍ରତିବାଦ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଥୀ ହୃଦାନନ୍ଦ ପାତ୍ର, ଶ୍ରୀହରି ଘଣା, ରାଜାରାମ ମୁଣ୍ଡା, ବିରଂଚି ଦେହୁରି, ମାର୍କଣ୍ଡ ଦେହୁରୀ ଇତ୍ୟାଦି ଆନେ୍ଦାଳନର ନେତୃତ୍ୱ ନେଇଥିଲେ । କେନ୍ଦୁଝର ଜିଲ୍ଲାର ଜୁରୁଡି ଖଣି ଅଂଚଳରେ ସାଥୀ କାହ୍ନୁଚରଣ ସାମଲ ଓ ବଦ୍ରୁ ଜାମା ନେତୃତ୍ୱରେ ଶହଶହ ଶ୍ରମିକ ହାଇ କ୍ୟାମ୍ପ ୟୁନିୟନ କାର୍ଯ୍ୟାଳୟ ଠାରେ ଲାଲ୍ ପତାକା ଉତ୍ତୋଳନ ପରେ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ଯୋଡା, ବାମେବାରୀ ସମେତ ବିଭିନ୍ନ ଖଣିରେ ଶୋଭାଯାତ୍ରା ପରିକ୍ରମା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପରମ ପାତ୍ର, ପି ସାସମଲ, ପ୍ରଦିପ ମୁଣ୍ଡା, ମକର ମୁଣ୍ଡା ଆଦି ନେତୃତ୍ୱ ନେଇଥିଲେ । ବଡବିଲ ଠାରେ ସାଥୀ କପିଳ ମହାନ୍ତି ନେତୃତ୍ୱରେ ଶ୍ରମିକ ଭବନ ସମ୍ମୁଖରେ ଲାଲ ପତାକା ଉତ୍ତୋଳନ କରିବା ସହ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବଡବିଲ ସହର ପରିକ୍ରମା କରାଯିବା ସହ ଗୁଆଲି ଭଦ୍ରାସାହି, ବଲାଣି ଅଂଚଳ ପରିକ୍ରମା କରିଥଲେ । ସେହିପରି ବଲାଣି ଲୌହ ଖଣି ଠାରେ ସାଥୀ ଅରବିନ୍ଦ ସାହୀ ନେତୃତ୍ୱରେ ମଇ ଦିବସ ପାଳନ କରାଯାଇଥିଲା । ସେହିଭଳି ବିଆର୍ ପିଏଲ୍ ପ୍ଲାଣ୍ଟ, ଟଣ୍ଟୋ ଠାରେ ସାଥୀ ବିକ୍ରମ ଓରାମ ନେତୃତ୍ୱରେ ପତାକା ଉତ୍ତୋଳନ ସହ ମଇ ଦିବସ ପାଳନ କରାଯାଇଥିଲା ।  ସେହିଭଳି ଏମ୍ ଜି ମହାନ୍ତି ଖଣିରେ ସାଥା ଅନିଲ ବାରିକ ଓ ଏମ୍ଜି ମିନେରାଲ ଖଣିରେ ସାଥୀ ଭିକାରୀ ବାରିକ, ନିରଂଜନ ପଲେଇ ନେତୃତ୍ୱରେ ମଇ ଦିବସ ପାଳନ କରାଯାଇଥିଲା ।