ନିଆଁ ଲାଗି ଗାଈ ଜୀବନ୍ତ ଦଗ୍ଧ

 ତିର୍ତ୍ତୋଲ :  ତିର୍ତ୍ତୋଲ ବ୍ଲକ ଅଧିନ ପିପ୍ପଳମାଧବ ପଞ୍ଚାୟତ ମହମ୍ମଦାବାଡଦ ଗ୍ରାମରେ ମଙ୍ଗଳବାର ବିଳମ୍ୱିତ ରାତିରେ ଅର୍ଜୁନ ବାରିକଙ୍କ ଗୁହାଳରେ ନିଆଁ ଲାଗିବା ଫଳରେ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଜରେ ଗୁରୁତର ଆହତ ହୋଇଥିବା ଜରାପଡ଼ିଛି । ଅଗ୍ନିଶମ ବାହିନୀ ପହଞ୍ଚିନିଆଁକୁ ଆୟତ୍ତ କରିଲା ବେଳକୁ ବହୁମୂଲ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିଲା । ନିଆଁ ଲାଗିବା ପରେ ଗୁହାଳରୁ ଗାଈକୁ ଉଦ୍ଧାର କରିବାକୁ ଯାଇ ଅର୍ଜୁନଙ୍କ ଶରୀରରେ ନିଆଁ ଲାଗି ଆଘାତ ପ୍ରାପ୍ତ ହୋଇଥିଲେ । ତାଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜଗତସିଂହପୁରକୁ ପଠାଯାଇଥିବା ଜଣାପଡିଛି ।