ଦିଲ୍ଲୀ ଫେରିଗଲେ ନଡ୍ଡା

ଦିଲ୍ଲୀ ଫେରିଗଲେ ନଡ୍ଡା

ଭୁବନେଶ୍ୱର: ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବାକୁ ଗତକାଲି ଓଡ଼ିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପରେ ଆଜି ଫେରି ଯାଇଛନ୍ତି । ସେ ପ୍ରଥମେ ବ୍ରହ୍ମପୁରରୁ ଭୁବନେଶ୍ୱର ଫେରିଛନ୍ତି। ଏହାପରେ ଭୁବନେଶ୍ୱରରୁ ହାଇଦ୍ରାବାଦ୍ ଅଭିମୁଖେ ଚାଲି ଯାଇଛନ୍ତି।

ଜେପି ନଡ୍ଡା ଆଜି ପ୍ରଥମେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ୱରେ ପହଞ୍ଚିଥିଲେ। ଉକ୍ତ ସମୟରେ ଦଳର ପ୍ରମୁଖ ନେତୃବୃନ୍ଦ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଉପସ୍ଥିତ ଥିଲେ।  ଏହାପରେ ଭୁବନେଶ୍ୱରରୁ ସେ ହାଇଦ୍ରାବାଦ୍ ଅଭିମୁଖେ ଯାଇଛନ୍ତି।

ଗତକାଲି ନେତା ଓ କର୍ମୀଙ୍କୁ ନିଜ ସମ୍ବୋଧନରେ ରାଜ୍ୟ ସରକାର ବିରୋଧରେ ଲଢ଼ିବା ପାଇଁ ଜୋସ୍ ଭରିଛନ୍ତି ନଡ୍ଡା। ବ୍ରହ୍ମପୁର ଆମ୍ବପୁଆରେ ବିଶାଳ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ ଓଡ଼ିଶାରେ ଚାଲିଥିବା ବାବୁରାଜ୍ ଓ ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗ ଉଠାଇ ପ୍ରବଳ ବର୍ଷିଥିଲେ ନଡ୍ଡା। ଗତକାଲି ରାତିରେ ବ୍ରହ୍ମପୁରରେ ରାତ୍ରି ଯାପନ କରିଥିଲେ ନଡ୍ଡା। ନଡ୍ଡାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।