ଶତ୍ରୁଙ୍କ ଉପରେ କଡ଼ା ନଜର ରଖିବ ଡ୍ରୋନ ବାଜ୍

ଭାରତୀୟ ସେନାକୁ ବଡ ସଫଳତା । ସେନାରେ ଖୁବଶୀଘ୍ର ଫାଲକନ୍ ଆଟାକ୍ ଡ୍ରୋନ୍ ସାମିଲ ହେବାକୁ ଯାଉଛି, ଯାହାର ନାଁ ରହିଛି ବାଜ୍ । ବାଜ୍ ଆଟାକ୍ ଡ୍ରୋନ୍ ହେଉଛି ବିଶ୍ୱର ଏକମାତ୍ର ଡ୍ରୋନ୍ ଯିଏ ରକେଟ୍ ଲଞ୍ଚରକୁ ନିକ୍ଷେପ କରିପାରିବ । ୧ ମିନିଟରେ ୧ କିଲୋମିଟର ପର୍ଯ୍ୟନ୍ତ ଉଡ଼ୁଥିବା ଏହି ଡ୍ରୋନ୍ ସେନାକୁ ଆହୁରି ଶକ୍ତିଶାଳୀ କରିବ । ଖାସ୍ କଥା ହେଉଛି ଏହାକୁ ନିଜେ ଭାରତୀୟ ସେନା ପ୍ରସ୍ତୁତ କରିଛି। 

ଶତ୍ରୁଙ୍କ ନିଦ ହଜାଇବ ‘ବାଜ୍’ : ବାଜ୍ ଡ୍ରୋନ୍ ୫୦ କେଜି ପର୍ଯ୍ୟନ୍ତ ବିସ୍ଫୋରକ ବହନ କରିବାରେ ସକ୍ଷମ
ଆତ୍ମନିର୍ଭର ଭାରତର ଏହା ବଡ ଉଦାହରଣ ବୋଲି କୁହାଯାଉଛି
ସେନା ଦ୍ୱାରା ପ୍ରସ୍ତୁତ ବାଜ୍ ଡ୍ରୋନ୍ ସମ୍ପୂର୍ଣ୍ଣ ସ୍ୱଦେଶୀ 
ବାଜ୍ ଡ୍ରୋନର ସମସ୍ତ ପରୀକ୍ଷଣ ଶେଷ ହୋଇଛି
ଖୁବ୍ ଶୀଘ୍ର ଏହାକୁ ସେନାରେ ସାମିଲ କରାଯିବ, ବାଜ୍ ରକେଟ୍ ଲଞ୍ଚରକୁ ନିକ୍ଷେପ କରିବାରେ ସକ୍ଷମ
ଶତ୍ରୁ ଅଞ୍ଚଳରେ ଅସ୍ତ୍ରଶସ୍ତ୍ର, ଗ୍ରେନେଡ ଲଞ୍ଚର ଏବଂ ମୋର୍ଟାର ବୋମା ମଧ୍ୟ ପକାଇପାରିବ 
ବାଜ୍ ଡ୍ରୋନ୍ ନିର୍ମାଣ ହେଉଛି ଦେଶର ସୁରକ୍ଷାରେ ଭାରତୀୟ ସେନାର ଏକ ପ୍ରମୁଖ ଅବଦାନ
ଦେଶର ଭିତର ଭାଗ ଉପରେ ନଜର ରହିବ ନାହିଁ ବରଂ ସୀମାରେ ବେଆଇନ ଗତିବିଧି ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯିବ 
ବାଜ୍ ଟାର୍ଗେଟ ସେଟ୍ କରିବା ଏବଂ ଟାର୍ଗେଟକୁ ହିଟ୍ ମଧ୍ୟୃ କରିପାରିବ 
ଅର୍ଥାତ୍ ଏହା ନିର୍ଦ୍ଦିଷ୍ଟ ଟାର୍ଗେଟରେ ବିସ୍ଫୋରଣ କରିବାରେ ସକ୍ଷମ
ବାଜ୍ ଆଟାକ୍ ଡ୍ରୋନ୍'ଏଚ୍' ଭାବେ ଡିଜାଇନ୍ କରାଯାଇଛି
ଏହି ଡ୍ରୋନ ୫୦ କିଲୋଗ୍ରାମରୁ ଅଧିକ ପେଲୋଡ୍ ବହନ କରିପାରିବ
ବାଜ୍ ଡ୍ରୋନ୍ କୁ ସ୍ୱୟଂଚାଳିତ ଏବଂ ମାନୁଆଲି ପରିଚାଳିତ କରାଯାଇପାରିବ 
ଶତ୍ରୁ ଟ୍ୟାଙ୍କ, ବଙ୍କର, ଘାଟି ଅଞ୍ଚଳ, ଗୋଳାବାରୁଦ ଡମ୍ପ ଏବଂ କମାଣ୍ଡ କଣ୍ଟ୍ରୋଲ ସେଣ୍ଟରକୁ ଧ୍ୱଂସ କରିପାରିବ ବାଜ୍