ଜାଣନ୍ତୁ, କେଉଁ ଜିଲ୍ଲାରେ ହୋଇଛି କେତେ ବର୍ଷା ?

rain in odisha june

ଜାଣନ୍ତୁ, କେଉଁ ଜିଲ୍ଲାରେ ହୋଇଛି କେତେ ବର୍ଷା ?

ଭୁବନେଶ୍ୱର : ଚଳିତ ଜୁନ୍‌ରେ ୨୪୫.୨ ମିମି ବର୍ଷା ହୋଇଛି  । ସାଧାରଣତଃ ଜୁନ୍‌ରେ ୨୦୯.୩ ମିମି ବର୍ଷା ହୋଇଥାଏ  । ଏହି ସମୟ ମଧ୍ୟରେ ୩ ଜିଲ୍ଳାରେ ଅତ୍ୟଧିକ ବର୍ଷା ହୋଇଥିବାବେଳେ ୯ ଜିଲ୍ଲାରେ ଅଧିକ ବର୍ଷା, ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି  ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମୟୂରଭଞ୍ଜ, ଜଗତସିଂହପୁର ଓ ବୌଦ୍ଧରେ ଅତ୍ୟଧିକ ବର୍ଷା ହୋଇଛି  । ସ୍ୱାଭାବିକ ଠାରୁ ୬୦%ରୁ ଅଧିକ ବର୍ଷା ହୋଇଥିବା ରେକଡର଼୍ କରାଯାଇଛି  । ଅପରପକ୍ଷରେ ସୁନ୍ଦରଗଡ଼, ଦେବଗଡ଼, ସୋନପୁର, କେନ୍ଦୁଝର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ୨୦%ରୁ ୫୬% ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି  । ଯେତେବେଳେକି ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ଅନୁଗୁଳ ଓ ଯାଜପୁରରେ ସ୍ୱାଭାବିକ ବର୍ଷା ହୋଇଛି  । ତେବେ ଝାରସୁଗୁଡ଼ା, ଗଜପତି ଓ ନୂଆପଡ଼ାରେ ନିଅଣ୍ଟିଆ ବର୍ଷା ହୋଇଛି  । ସ୍ୱାଭାବିକ ଠାରୁ ୨୨ରୁ ୪୦% କମ୍‌ ବର୍ଷା ହୋଇଛି ବୋଲି ଆଇଏମଡ଼ି ପକ୍ଷରୁ ସୂଚନା ଦିଆଯାଇଛି  ।