ଶଳା ଆକ୍ରମଣରେ ଭିଣୋଇ ମୃତ

ବାଲିପାଟଣା : ନରଦା ମୁସଲିମ ବସ୍ତିରେ ସାନ ଶଳାର ଆକ୍ରମଣରେ ଭିଣୋଇ ମୁନା ଖାଁର ଘଟଣାସ୍ଥଳରେ ମୃତୁ୍ୟ ଘଟିଛି । ଘଟଣାରୁ ପ୍ରକାଶ ଯେ, ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଶତ୍ରୁତା ସୃଷ୍ଟି ହୋଇଥିଲା । ରେଙ୍ଘାଲୋ ଗ୍ରାମର ମୁନା ଖାଁ ତାଙ୍କର ଶଶୁର ଘରକୁ କୌଣସି କାର୍ଯ୍ୟରେ ଆସିଥିଲେ । ଫେରି ଯିବାକୁ ବାହାରିବା ବେଳେ ସାନ ଶଳା ଗୁଟୁ ଅଲ୍ଲୀ ତାଙ୍କୁ ଏକ ଧାରୁଆ ମାରଣାସ୍ତ୍ରରେ ହାତକୁ ହାଣି ଦୁଇଖଣ୍ଡ କରିବା ସହିତ ମୁଣ୍ଡକୁ ଚୋଟ ମାରି ଦୁଇଫାଳ କରି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଖବର ପାଇ ବାଲିପାଟଣା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚô ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।