ଗଞ୍ଜାମ ବୁଲି ଚାଷ କ୍ଷୟକ୍ଷତି ଦେଖିଲେ ପରିବହନ ମନ୍ତ୍ରୀ

ମନ୍ତ୍ରୀ ବୁଲିଲେ ଗଞ୍ଜାମ । ତିନି ଦିନର ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମି ବୁଲୁଛନ୍ତି ପରିବହନ ମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ଗାଁକୁ ଗାଁ ବୁଲି ଚାଷ ଜମିର ସ୍ଥିତି ପରଖୁଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଚାଷ ଜମିର କ୍ଷୟକ୍ଷତି ଆକଳନ କରୁଛନ୍ତି ପରିବହନ ମନ୍ତ୍ରୀ ।ଗୋପାଳପୁର ନିର୍ବାଚନମଣ୍ଡଳୀରେ ହୋଇଥିବା କ୍ଷୟକ୍ଷତିକୁ ନେଇ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବେ ପରିବହନ ମନ୍ତ୍ରୀ । ଏହି କାର୍ୟ୍ୟକ୍ରମରେ ମନ୍ତ୍ରୀଙ୍କ ସହ କନିଷି ତହସିଲଦାର, ରଙ୍ଗେଇଲୁଣ୍ଡା ବ୍ଲକ କୃଷି ଅଧିକାରୀ ମାନେ ମଧ୍ୟ ସାମିଲ ହୋଇଛନ୍ତି ।