ଆମ୍ବେଦକରଙ୍କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମନ୍ତବ୍ୟକୁ ଯୁବ କଂଗ୍ରେସର ବିରୋଧ
ବାବା ସାହେବ ଆମ୍ବେଦକରଙ୍କ ବିରୋଧରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟକୁ ବିରୋଧ କରିଛି ଯୁବ କଂଗ୍ରେସ । ପ୍ରତିବାଦରେ ରାଜଧାନୀରେ ବିକ୍ଷୋଭ ସହ ପଦଯାତ୍ରା କରିଛି ଦଳ । କଂଗ୍ରେସ ନେତା ଓ କର୍ମୀ କଂଗ୍ରେସ ଭବନରୁ ବାହାରି ଏଜି ଛକରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ୟ୍ୟନ୍ତ ଯାଇଥିଲେ । ଗୃହମନ୍ତ୍ରୀ କ୍ଷମା ପ୍ରାର୍ଥନା କରିବା ସହ ଇସ୍ତଫା ନଦେଲେ ରାଜ୍ୟବ୍ୟାପି ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛି ଯୁବ କଂଗ୍ରେସ । ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ମଧ୍ୟ ବିରୋଧ କରିବା ସହ କଳାପତାକା ପଦର୍ଶନ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି ।