ବାତ୍ୟା କିମ୍ବା ଅବପାତ ହେବନି : ଆଇଏମଡି ଡିଜି

ବାତ୍ୟା କିମ୍ବା ଅବପାତ ହେବନି : ଆଇଏମଡି ଡିଜି


ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଇଏମଡି ଡିଜି ସୂଚନା ଦେଇଛନ୍ତି । ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ । ଲଘୁଚାପ ଯୋଗୁଁ ୨ଦିନ ଧରି ହେଉଥିଲା । ତାହା କମିବାକୁ ଲାଗିବ । ଲଘୁଚାପ ତେଲେଙ୍ଗେନା ଓ ବିଦର୍ଭରେ କେନ୍ଦ୍ରୀଭୂତ ହେବ । ତେଣୁ ବର୍ଷାର ପରିଣାମ ଧୀରେଧିରେ କମିବ ।  ପାର୍ବଣରେ ବର୍ଷା ହେବ କି ନାହିଁ ଏବେଠୁ କହିବା ଅସମ୍ଭବ । କିନ୍ତୁ କୌଣସି ବାତ୍ୟା କିମ୍ବା ଅବପାତର ସୃଷ୍ଟି ହେବାର ନାହିଁ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି । ଓଡିଶାରୁ ବର୍ତ୍ତମାନ ମୌସୁମୀ ଅପସାରଣ ହେବ ନାହିଁ । ସୃଷ୍ଟି ସମ୍ଭାବନା ଥିବା ଘୁର୍ଣ୍ଣିବଳୟ ନିକଟତର ହେଲେ ସ୍ଥିତି ବାବଦରେ ସ୍ପଷ୍ଟ ହେବ ।