ଟେକ୍ନୋ-ସକ୍ଷମ ମିଶନ ଆରମ୍ଭ

କେନ୍ଦ୍ରାପଡା : ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ଟେକ୍ନୋ-ସକ୍ଷମ ମିଶନର ଶୁଭାରମ୍ଭ କରାଯାଇଛି । ଏଥି ନିମନ୍ତେ ସ୍ଥାନୀୟ ମାଧପୁରସ୍ଥିତ ଆମର ଉଦ୍ୟାନଠାରେ ଓଡିଶା ନଲେଜ୍ କର୍ପୋରେସନ ଲିମିଟେଡ୍ ପ୍ରଚାର ରଥକୁ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଓକେସିଲ ଅଧୀନରେ ଏକ ଅନୁମୋଦିତ ଶିକ୍ଷାକେନ୍ଦ୍ର ଭାବେ ପୁନର୍ବାସ ଠାରେ ନୂତନ ସ୍କିଲିଂ ଏବଂ କମ୍ପୁ୍ୟଟର ୱିଙ୍ଗ ଖୋଲା ଯାଇଛି । କେନ୍ଦ୍ରାପଡା ସହରର ମାଧପୁରସ୍ଥିତ ଏହି କେନ୍ଦ୍ରରେ ଓଏସ୍-ସିଆଇଟି ଆଧାରିତ କମ୍ପୁ୍ୟଟର ଶିକ୍ଷା ପ୍ରଦାନ କରାଯିବ । ସାଧାରଣ ବର୍ଗଙ୍କ ବ୍ୟତୀତ ଏହି କେନ୍ଦ୍ରରେ ଅଗ୍ରାଧିକାର ଭିତ୍ତିରେ ରିହାତି କୋର୍ସ ଫି ବ୍ୟବସ୍ଥା ଦ୍ୱାରା ଜିଲ୍ଲାର ଭିନ୍ନକ୍ଷମ ଛାତ୍ରଛାତ୍ରୀ/ବ୍ୟକ୍ତିଙ୍କୁ କମ୍ପୁ୍ୟଟର ଶିକ୍ଷା ପ୍ରଦାନର ବ୍ୟବସ୍ଥା ରଖାଯାଇଛି ବୋଲି ପୁନର୍ବାସର  ପ୍ରତିଷ୍ଠାତା ତଥା ମୁଖ୍ୟ ପରାମର୍ଶଦାତା ବିରଜା ରାଉତରାୟ ପ୍ରକାଶ କରିଛନ୍ତି । ଏହି ଅବସରରେ ସହ ସମ୍ପାଦକ ବଂଶୀଧର ମହାନ୍ତି, କୋଷାଧ୍ୟକ୍ଷ ଶିବ ଚରଣ ସାମଲ, ୱାର୍ଡ କାଉନସିଲର ରଶ୍ମିତା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।