ପାରାୟଣ କାର୍ଯ୍ୟକ୍ରମ ଉଦ୍ୟାପିତ

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମ ସ୍ଥିତ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥଙ୍କ ଗୃହାଙ୍ଗନରେ ସଂସ୍ଥାପିତ ଶ୍ରୀରାମ ମନ୍ଦିରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ମହୋସôବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନବ ଦିନ ବ୍ୟାପୀ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରତ୍ୟହ ସନ୍ଧ୍ୟାରେ ପାରାୟଣ ସହିତ ବହୁ ବିଶିଷ୍ଟ କଳାକାରମାନେ ଭଜନ, ସଙ୍କୀର୍ତ୍ତନ ଏବଂ ପ୍ରବଚନ ମାଧ୍ୟମରେ ପରମ କାରୁଣିକ ପ୍ରଭୁ ଶ୍ରୀରାମଙ୍କ ସୁମଧୁର ଲୀଳା ସମ୍ପର୍କରେ ଆଲୋଚନା କରିଥିଲେ  । ପାରାୟଣ କାର୍ଯ୍ୟରେ ବ୍ୟାସ ଭାବେ ବନମାଳୀ ଶତପଥୀ ଯୋଗଦେଇଥିଲେ । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ଅଧ୍ୟକ୍ଷତା କରିଥିଲେ । ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତ ନିଦେ୍ର୍ଦଶକ ବିମଳ ପ୍ରସାଦ ପରିଡା, କଳିଙ୍ଗ ଆବାସିକ ବିଦ୍ୟାଳୟର ପ୍ରତିଷ୍ଠାତା ମନୋଜ ପ୍ରଧାନ, ପଣ୍ଡିତ ଦୟାନିଧି ଦାଶ, ବଳଭଦ୍ର ପତ୍ରୀ, ବାବାଜୀ ହୃଷୀକେଶ ଦାଶ, ପଣ୍ଡିତ ବିଜୟ କୁମାର କର, ବୀରେନ୍ଦ୍ର କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ତଥା ଗୁଣୀ ଜ୍ଞାନୀ ବିଦ୍ୱାନମାନେ ଉପସ୍ଥିତ ଥିଲେ ।