ସସ୍ମିତା ପଣ୍ଡା  କଂଗ୍ରେସ କମିଟି ସମ୍ପାଦକ

 କେନ୍ଦ୍ରାପଡା : ପୂର୍ବତନ କେନ୍ଦ୍ରାପଡା ଜିଲ୍ଲା ମହିଳା କଂଗ୍ରେସ ସଭାପତି ସଶ୍ମିତା ପଣ୍ଡାଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଭାରତୀୟ ଜାତୀୟ କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ପ୍ରଦାନ କରାଯାଇଥିବା ଏ.ଆଇ.ସି.ସି. ସାଧାରଣ ସମ୍ପାଦକ ତଥା ସାଂସଦ କେ.ସି. ଭେନୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି । ପୂର୍ବରୁ ଜିଲ୍ଲା ମହିଳା କଂଗ୍ରେସର  ସଭାପତି ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ଶ୍ରୀମତୀ ପଣ୍ଡାଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରି ତାଙ୍କୁ ଏଭଳି ଗୁରୁଦାୟୀତ୍ୱ ପ୍ରଦାନ କରିଥିବାରୁ ଶ୍ରୀମତୀ ପଣ୍ଡା ଏ.ଆଇ.ସି.ସି. ସଭାପତି ମଲିକାର୍ଜ୍ଜୁନ ଖଡଗେ, ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ନିଯୁକ୍ତି ନେଇ ଶ୍ରୀମତୀ ପଣ୍ଡାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।