ଆଜି ଚାଷୀଙ୍କୁ ମିଳିବ ଟଙ୍କା
CM Kishan
ଭୁବନେଶ୍ୱର : ଆଜି ହେଉଛି ପବିତ୍ର ନୂଆଁଖାଇ । ଏଥିପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଯାଇଛି । ତେବେ ସାରା ରାଜ୍ୟର ଚାଷୀଭାଇମାନଙ୍କୁ ଆସନ୍ତାକାଲି ଅନେକ କୃଷକ କଲ୍ୟାଣ କାର୍ଯ୍ୟକ୍ରମ ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆସନ୍ତାକାଲି ୨୦୨୪-୨୫ ରବି ପାଇଁ ସିଏମ କିଷାନ ସହାୟତା ପ୍ରଦାନ କରାଯିବ । ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କୁ ୨ ହଜାର ଟଙ୍କା ଲେଖାଏଁ କିସ୍ତି ଦିଆଯିବ । ୯୨୫ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଡିବିଟି ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ । ଏହାଛଡ଼ା ସିଏମ କିଷାନ ଓ ପିଏମ କିଷାନ ଯୋଜନାରେ ନୂତନ ହିତାଧିକାରୀମାନଙ୍କ ନାମ ପଞ୍ଜୀକରଣ ପାଇଁ ନୂତନ ପୋର୍ଟାଲର ଉନ୍ମୋଚନ କରାଯିବ । ପିଏମ କିଷାନ ଯୋଜନାର ସ୍ୱତନ୍ତ୍ର ପଦକ୍ଷେପରେ ଆଗାମୀ ୨ ମାସ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ ପ୍ରକ୍ରିୟା ଆରମ୍ଭ ହେବ । ଏତଦବ୍ୟତୀତ କୃଷକ ଓଡ଼ିଶା ୟୁନିଫାଏଡ଼ ପୋର୍ଟାଲର ଉନ୍ମୋଚନ କରାଯିବ । ଯାହା ମାଧ୍ୟମରେ ଚାଷୀମାନେ ଗୋଟିଏ ସ୍ଥାନରେ ବିଭିନ୍ନ କୃଷି ଓ ଆନୁଷଙ୍ଗୀକ ବିଭାଗ ସମ୍ବନ୍ଧୀୟ ଯୋଜନାରେ ଆବେଦନ କରିପାରିବେ ।