ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ବିଜେଡି ନେତ୍ରୀ ତଥା ସାଂସଦ ମମତା ମହନ୍ତଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା

Mamata Mahanta Odisha BJP

ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ବିଜେଡି ନେତ୍ରୀ ତଥା ସାଂସଦ ମମତା ମହନ୍ତଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା

ଭୁବନେଶ୍ୱର : ରାଜ୍ୟରେ ବିଜେପିର ସାଂଗଠନିକ ସ୍ଥିତି ବଢିଚାଲିଛି । ଗତ ନିର୍ବାଚନରେ ୨୧ ରୁ ୨୦ ସାଂସଦ ଏବଂ ୭୮ ବିଧାୟକ ନିର୍ବାଚିତ ହୋଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଲଗାତାର ତୃତୀୟ ଥର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶାରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ବିଜେପିର ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କାର୍ଯ୍ୟଶୈଳୀରେ ହୋଇ ପୂର୍ବତନ ବିଜେଡି ନେତ୍ରୀ ତଥା ସାଂସଦ ଶ୍ରୀମତୀ ମମତା ମହନ୍ତ ବିଜେଡି ଦଳ ଏବଂ ରାଜ୍ୟ ସଭା ସାଂସଦ ପଦରୁ ଇସ୍ତଫା ଦେଇ ଗତ ୧ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଥିଲେ । ଆଜି ଶ୍ରୀମତୀ ମହନ୍ତ ଭୁବନେଶ୍ୱରରେ ପହଂଚିବା ପରେ ତାଙ୍କୁ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସଂପାକ ଡ.ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ମହନ୍ତଙ୍କୁ ପୁ୍‌ଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇବା ସହିତ ଶ୍ରୀମତୀ ମହନ୍ତଙ୍କୁ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଥିଲେ ।

ଓଡିଶାରେ ବିଜେପିର ଡବଲ ଇଂଜିନ ସରକାର ଗଠନ ସମ୍ଭବ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗଠନ ହୋଇଥିବା ସାଧାରଣ ଲୋକଙ୍କ ବିଜେପି ସରକାରର ଦଳୀୟ ସଂଗଠନକୁ ଆହୁରି ମଜବୁତ କରାଯିବ ଏବଂ ଶ୍ରୀମତୀ ମହନ୍ତଙ୍କ ଯୋଗଦାନ ବିଜେପିକୁ ସମୃଦ୍ଧ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

ଓଡିଶାବାସୀ ଏବଂ ବିଶେଷ ଭାବେ ମୟୂରଭଞ୍ଜ ଜିଲ୍ଲାବାସୀ ସଦ୍ୟସମାପ୍ତ ନିର୍ବାଚନରେ ବିଜେପିକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଜିଲ୍ଲାର ସମୁଦାୟ ୯ଟିରୁ ୯ ବିଧାୟକ ଏବଂ ଲୋକସଭା ସାଂସଦଙ୍କୁ ବିଜୟୀ କରାଇଛନ୍ତି । ଲୋକଙ୍କ ସେବା ପାଇଁ ମୁଁ ବିଜେପିରେ ଯୋଗ ଦେଇଛି ଏବଂ ଶୃଙ୍ଖଳିତ କାର୍ଯ୍ୟକର୍ତା ଭାବେ ପାର୍ଟିର ନିର୍ଦ୍ଦେଶକୁ ପାଳନ କରିବି ବୋଲି ଶ୍ରୀ ମହନ୍ତ କହିଛନ୍ତି । ଏହି ଅବସରରେ ପାର୍ଟୀର ଅନେକ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।