ମୁଖ୍ୟସଚିବଙ୍କ କାର୍ଯ୍ୟକାଳ ବଢ଼ିଲା

Manoj Ahuja

ମୁଖ୍ୟସଚିବଙ୍କ କାର୍ଯ୍ୟକାଳ ବଢ଼ିଲା

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି ହୋଇଛି  । ଡିସେମ୍ବର ୩୧ରେ ତାଙ୍କର କାର୍ଯ୍ୟକାଳ ସରିବାର ଥିଲା  । ଫଳରେ ତାଙ୍କ ସ୍ଥାନରେ କିଏ ମୁଖ୍ୟ ସଚିବ ହେବେ ତାହାକୁ ନେଇ ଚର୍ଚ୍ଚା ହେଉଥିଲା  । ମନୋଜ କେନ୍ଦ୍ରୀୟ ଡେପୁଟେସନରୁ ଆସି ମୁଖ୍ୟ ସଚିବ ହୋଇଥିଲେ  । ତେଣୁ ପୂର୍ବରୁ ଯେଭଳି ମୁଖ୍ୟ ସଚିବମାନଙ୍କ କାର୍ଯ୍ୟକାଳ ବଢ଼ିଥିଲା ଠିକ୍‌ ସେଭଳି ମନୋଜଙ୍କ କାର୍ଯ୍ୟକାଳ ବି ୧ ବର୍ଷ ବୃଦ୍ଧି କରିଛନ୍ତି  । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି  ।