ନୂତନ ବନ ଖଣ୍ଡ ଅଧିକାରୀଙ୍କ ଯୋଗଦାନ
ମାଲକାନଗିରି : ମାଲକାନଗିରିରେ ନୂତନ ବନ ଖଣ୍ଡୀୟ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସାଇ କିରଣ ଡି.ଏନ୍ । ସେ ପୂର୍ବରୁ ଶିମିଳିପାଳରେ କାର୍ଯ୍ୟରତ ଥିଲେ । ତାଙ୍କର କାର୍ଯ୍ୟରେ ଯୋଗଦାନ ପରେ ଜିଲ୍ଲା ବନବିଭାଗ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି, ପର୍ଯ୍ୟଟନସ୍ଥଳୀର ବିକାଶ, ଚାରାରୋପଣ ଓ ବନସୁରକ୍ଷା ପ୍ରତିଗୁରୁତ୍ୱ ଦେବା ସହ ପୋଡୁ ଚାଷ, ବନାଗ୍ନି ଓ ଚୋରା କାଠ ବ୍ୟବସାୟୀଙ୍କୁ କିପରି ରୋକାଯିବ, ସେଥିପ୍ରତି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ । ସବୁଜ ସୁନ୍ଦର ମାଲକାନଗିରି ଜିଲ୍ଲାରେ ଅନେକ ପ୍ରକୃତିକ ସମ୍ପଦ ଓ ପର୍ଯ୍ୟଟନସ୍ଥଳୀ ଭାରି ରହିଥିବାବେଳେ ଏଗୁଡିକର ସୁରକ୍ଷା ଓ ବିକାଶ ଦିଗରେ ସେ ପଦକ୍ଷେପ ନେବେ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଅବସରରେ ସହକାରୀ ବନସଂରକ୍ଷକ ମୁନସୁନ ଖେମୁଣ୍ଡୁ, ଏସିଏଫ୍ ପ୍ରିୟଙ୍କା ମହୁକା, ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ପ୍ରମୁଖ ବନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ ।