ବିଜେପି କର୍ମୀଙ୍କ ଆକ୍ରମଣରେ ମହିଳା ଆହତ, ଥାନାରେ ମାମଲା

ମାଲକାନଗିରି: ସାମ୍ନାକୁ ଆସିଲା ବିଜେପି କର୍ମୀଙ୍କ ଗୁଣ୍ଡାରାଜର ଚିତ୍ର । ଦଳୀୟ ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି ।ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଖଇରପୁଟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପି ଦଳ ପକ୍ଷରୁ ଜଣେ ମହିଳାଙ୍କୁ ମରାନ୍ତକ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ତଥ୍ୟ ଅନୁଯାୟୀ ଖଇରିପୁଟ ବ୍ଲକ ସଦରରେ ରହୁଥିବା ଲକ୍ଷ୍ମୀ ବାଙ୍କିଆ ଓ ମନ ବାଙ୍କିଆଙ୍କ ଘର ସମ୍ମୁଖରେ ବିଜେପି ଦଳର କର୍ମୀମାନେ ଦଳୀୟ ପୋଷ୍ଟର ଲଗାଇଥିଲେ । ତେବେ ଏହି ସମୟରେ ଘର ମଧ୍ୟରୁ ଲକ୍ଷ୍ମୀ ଓ ମନ ବାହାରକୁ ଆସି ବିଜେପି କର୍ମୀଙ୍କୁ ବିରୋଧ କରିଥିଲେ । ଆମ ଘରଟି ଭଙ୍ଗା ଦଦରା ଅବସ୍ତାରେ ରହିଥିବା ସତ୍ତ୍ୱେ ଆମକୁ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ କୌଣସି ସରକାରୀ ସହାୟତା ମିଳି ନାହି । ବର୍ଷ ବର୍ଷ ଧରି ଆମେ ଏପରି ଅବସ୍ତାରେ ରହି ଆସୁଥିଲେ ବି ସରକାର ଆମ ଭଳି ଲୋକଙ୍କ ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ଅଭିଯୋଗ କରି ପୋଷ୍ଟର ଲଗାଇବାକୁ ବିରୋଧ କରିଥିଲେ । ଯାହାକୁ ନେଇ ବିଜେପି କର୍ମୀମାନେ ବଚସା କରିଥିଲେ । ଉଭୟଙ୍କ ମଧ୍ୟରେ ବଚସା ବଢିଥିବା ବେଳେ ଜଣେ ବିଜେପି କର୍ମୀ ଲକ୍ଷ୍ମୀଙ୍କ ଉପରକୁ ଛୁରୀରେ ଆକ୍ରମଣ କରିଥିଲେ । ଏଥିରେ ମହିଳା ଜଣଙ୍କ ଆହତ ହୋଇଥିବା ବେଳେ ତାଙ୍କୁ ଖଇରପୁଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଏନେଇ ମହିଳାଙ୍କ ପରିବାର ପକ୍ଷରୁ ମୁଦୁଲିପଡା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ୫୩/୨୪ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି ।