ସୁଶାସନର ‘ଐତିହାସିକ’ ବିଜୟ : ମୋଦି
Narendra Modi

ନୂଆଦିଲ୍ଲୀ : କଂଗ୍ରେସ ଏବେ ପରଜୀବୀ ହୋଇଗଲାଣି । ନିଜେ ଡୁବିବା ସହ ସହଯୋଗୀ ଦଳକୁ ବି ଡୁବାଇ ଦେଉଛି । ମହାରାଷ୍ଟ୍ରବାସୀ ସୁଶାସନ ସପକ୍ଷରେ ମତଦାନ କରିଛନ୍ତି । ବିଭାଜନକାରୀ ଶକ୍ତିଙ୍କୁ ଜବାବ ଦେଇଛନ୍ତି । ମହାରାଷ୍ଟ୍ର ନିର୍ବାଚନ ବିଜୟ ପରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେହିପରି ବିଶ୍ୱର କୌଣସି ଶକ୍ତି ଜାମ୍ମୁକାଶ୍ମୀରରେ ୩୭୦ ଧାରା ଆଣିପାରିବ ନାହିଁ । ‘ଏକାଠି ଅଛେ, ସୁରକ୍ଷିତ ଅଛେ’ ଏହା ଦେଶର ମହାମନ୍ତ୍ର ପାଲଟିଯାଇଛି । ହରିୟାଣା ପରେ ଏକତାର ଏକ ବଡ଼ ବାର୍ତ୍ତା ଦେଇଛି ମହାରାଷ୍ଟ୍ର । ମରାଠୀ ଭାଷାକୁ ବିଜେପି ସରକାର ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି । କିନ୍ତୁ କଂଗ୍ରେସ ବହୁଦିନ ଧରି କ୍ଷମତାରେ ଥିଲେବି ମରାଠୀଙ୍କ ପାଇଁ କିଛି କରିନଥିଲା ।
ମହାରାଷ୍ଟ୍ରରେ ଏନଡ଼ିଏ ତୃତୀୟ ଥର ପାଇଁ ଲଗାତର ବିଜୟ ହାସଲ କରିଛି । ୫୦ ବର୍ଷ ଭିତରେ କୌଣସି ଦଳକୁ ଏଭଳି ବଡ଼ ସଫଳତା ମିଳିନଥିଲା । ଏହା ହେଉଛି ବିକାଶ, ସୁଶାସନର ବିଜୟ ଓ ବିଭାଜନ ରାଜନୀତିର ପରାଜୟ ବୋଲି ମୋଦି କହିଛନ୍ତି ।