ନବୀନ ବାବୁଙ୍କୁ ଦଳର ସଭାପତି ନୁହେଁ, ବାପା ଭାବୁଥିଲି: ଶ୍ରୀମୟୀ ମିଶ୍ର

ନବୀନ ବାବୁଙ୍କୁ ଦଳର ସଭାପତି ନୁହେଁ, ବାପା ଭାବୁଥିଲି: ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର : ସୋସିଆଲ ମିଡିଆରେ ପୁଣି ରୋଷ ଝାଡ଼ିଛନ୍ତି ଦଳରୁ ବିତାଡ଼ିତ ଶ୍ରୀମୟୀ ମିଶ୍ର। ସେ କହିଛନ୍ତି, ମୁଁ ନବୀନ ବାବୁଙ୍କୁ କେବଳ ଦଳର ସଭାପତି ଭାବି ନ ଥିଲି, ବାପା ଭାବୁଥିଲି। ମୋ ପ୍ରତି ଅପଶବ୍ଦ ପ୍ରୟୋଗ ନେଇ ନବୀନ ନିବାସ ଯାଇ ଜଣାଇଥିଲି। କିନ୍ତୁ ଦଳର ସଭାପତି ସବୁ ଶୁଣିଲା ପରେ କହିଥିଲେ ରାଜନୀତିରେ ଏପରି ଘଟେ। ଏହି ଘଟଣା ହିଁ ମୋ ଜୀବନର ଟର୍ଣ୍ଣିଂ ପଏଣ୍ଟ ପାଲଟିଗଲା। ମୋତେ ଲାଗିଲା ସତରେ କ’ଣ ମୋ ବାପାଙ୍କ ସାମ୍ନାରେ ମୋର କିଛି ମହତ୍ତ୍ୱ ନାହିଁ? ସେତେବେଳେ ଦଳର ଆଗଧାଡ଼ିର ନାରୀ ନେତ୍ରୀ ସ୍ବାର୍ଥଦୃଷ୍ଟିରୁ ଚୁପ୍‌ ରହିଥିଲେ ବୋଲି ଶ୍ରୀମୟୀ ସୋସିଆଲ ମିଡିଆରେ କହିଛନ୍ତି।