ଶ୍ରୀମୟୀ ମିଶ୍ରଙ୍କୁ ଚ୍ୟାଲେଞ୍ଜ କଲେ ମନ୍ମଥ

ଶ୍ରୀମୟୀ ମିଶ୍ରଙ୍କୁ ଚ୍ୟାଲେଞ୍ଜ କଲେ ମନ୍ମଥ

ଭୁବନେଶ୍ୱର : ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ନେତା ମନ୍ମଥ ରାଉତରାୟ ଆହ୍ବାନ ଦେଇଛନ୍ତି। ମନ୍ମଥ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ବିନା ଏବେ ନେତ୍ରୀ ହୋଇ ପ୍ରମାଣିତ କରନ୍ତୁ। ଏଭଳି ନେତା ବିଜେଡି ପାଇଁ ନିର୍ବାଚନରେ ବୀଭିଷଣ ହୋଇଥିଲେ। ଶଙ୍ଖଭବନରେ ଆପତ୍ତିଜନକ ଆଚରଣ ସିସିଟିଭିରେ କଏଦ ହୋଇଛି। ଦଳ ତାଙ୍କୁ ସସ୍‌ପେଣ୍ଡ କରି ଯଥାର୍ଥ ନିଷ୍ପତ୍ତି ନେଇଛି ।ସେପଟେ, ବିଜେଡିରୁ ନିଲମ୍ବନ ପରେ ଶ୍ରୀମୟୀ ମିଶ୍ର ପୁଣି ବର୍ଷିଛନ୍ତି । ଏହା ଗଣତନ୍ତ୍ରର ଅପମାନ ବୋଲି ସୋସିଆଲ ମିଡ଼ିଆ ପୋଷ୍ଟରେ ଶ୍ରୀମୟୀ କହିଛନ୍ତି।

ଶ୍ରୀମୟୀ କହିଛନ୍ତି, ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ ଦେଉ। ଭୋଟର ଆଇଡି ଏବଂ ଏପିକ ନମ୍ବର ଆବଶ୍ୟକ କରୁ। ସଭାପତି ଭୋଟ ଦେବାକୁ ହେଲେ ସଦସ୍ୟତା ନମ୍ବର ଥିବା ଉଚିତ୍‌। ଯଦି ସଦସ୍ୟଙ୍କ ନମ୍ବର ନାହିଁ, ତେବେ ର୍ନିବାଚନ ନିୟମାନୁମୋଦିତ ନୁହେଁ। ଦଳ ଦ୍ୱାରା ପରିଚାଳିତ ର୍ନିବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା। ଯାହାକି ଗଣତନ୍ତ୍ର ପ୍ରତି ଅପମାନ ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି । ଦଳ ବିରୋଧ କାର୍ଯ୍ୟ ଯୋଗୁ ମଙ୍ଗଳବାର ବିଜେଡି ଶ୍ରୀମୟୀ ମିଶ୍ରଙ୍କୁ ନିଲମ୍ବନ କରିଥିଲା। ଏନେଇ ବିଜେଡି କାର୍ଯ୍ୟାଳୟ ତରଫରୁ ଏନେଇ ବିଜ୍ଞପ୍ତି ଜାରି ହୋଇଥିଲା। ମହିଳା ବ୍ୟାପାର ସାଧାରଣ ସଂପାଦିକା ଥିଲେ ଶ୍ରୀମୟୀ। ସୋସିଆଲ ମିଡିଆରେ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ। ‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି ପ୍ରସଙ୍ଗ ଉଠାଇ ପରୋକ୍ଷରେ ବିଜେଡିକୁ ଟାର୍ଗେଟ କରିଥିଲେ। ସିଧାସିଧା କୌଣସି ବ୍ୟକ୍ତିବିଶେଷ କିମ୍ବା ଦଳ ନା ନେଇନଥିଲେ ମଧ୍ୟ ଶ୍ରୀମୟଙ୍କ ପୋଷ୍ଟ ଯୋଗୁଁ ବିଜେଡି ଖପ୍ପା ହୋଇଯାଇଥିଲା।