ଶପଥ ନେଲେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ , ଓଡ଼ିଆରେ ଶପଥ ନେଲେ ଅଶ୍ୱିନୀ ଓ ଶୁଭାଶିଷ

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଭାବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶୁଭାଶିଷ ଖୁଣ୍ଟିଆ ଓ ଦେବାଶିଷ ସାମନ୍ତରାୟ ଶପଥ ନେଇଛନ୍ତି । ଅଶ୍ୱିନୀ ବୈଷ୍ଣବ ଓ ଶୁଭାଶିଷ ଓଡ଼ିଆରେ ଶପଥ ନେଇଥିଲେ । ଚଳିତ ରାଜ୍ୟସଭା ନିର୍ବାଚନରେ ଏହି ୩ ନେତା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ବିଜେଡ଼ି ଦେବାଶିଷ ଓ ଶୁଭାଶିଷଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ପ୍ରାର୍ଥୀ ଅଶ୍ୱିନୀଙ୍କୁ ବିଜେଡ଼ି ସମର୍ଥନ ଦେଇଥିଲା ।
ଅପରପକ୍ଷରେ ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କଲେ ୧୪ଜଣ ନେତା । ଆଜି ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବେଷ୍ଣବଙ୍କ ସମେତ ୧୪ଜଣ ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ନୂତନ ସଂସଦ ଭବନରେ ସେମାନଙ୍କୁ ଶପଥ ପାଠ କରାଇଛନ୍ତି । ସୋନିଅ । ଗାନ୍ଧି ରାଜସ୍ଥାନରୁ ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଥିଲେ ।