ଡବଲ ଇଞ୍ଜିନ ସରକାରଙ୍କ ସମସ୍ତ ଯୋଜନା ତୃଣମୂଳରେ ପହଞ୍ଚୁଛି: ରୁଦ୍ର

ାା ପ୍ରଭାନୁ୍ୟଜ ।ା ଅନୁଗୁଳ:   ଆଜି ପୂର୍ବାହ୍ନରେ ସ୍ଥାନୀୟ ବିଜୁ ମଇଦାନ ଠାରେ ଜିଲ୍ଲାସ୍ତରୀୟ ମସô୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି । ଢେଙ୍କାନାଳ ସାଂସଦ  ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ଏକ କୃଷକ ସମାବେଶରେ ସେ ଯୋଗଦେଇ କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଏବେ ତୃଣମୂଳ ସ୍ତରର ପ୍ରକୃତ ହିତାଧିକାରୀଙ୍କ ପାଖରେ ପହୁଞ୍ଚୁଛିÿି । ମସô୍ୟ ଓ ପ୍ରାଣୀ ସମ୍ପଦ ସମେତ ଅନ୍ୟାନ୍ୟ ବିଭାଗର ଯୋଜନା ଗୁଡ଼ିକର ବ୍ୟାପକ ଜନସଚେତନତା ନିମନ୍ତେ ଉଦ୍ଦିଷ୍ଟ ଏହି ମେଳା ଅଧିକରୁ ଅଧିକ ହିତାଧିକାରୀଙ୍କୁ ଲାଭବାନ କରିବ ବୋଲି ଆଶା ପ୍ରକାଶ କରିଥିଲେ ।  ପାଳଲହଡା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାରତ ଓ ଓଡ଼ିଶା ବିକାଶ ପଥରେ ଚାଲିଛି । ମହିଳା ଓ କୃଷକ ଉନ୍ନତିରେ ଆତ୍ମ ନିର୍ଭରଓଡ଼ିଶା ଓ ଭାରତ ସମ୍ଭବ । ଏହି ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି । ଏହି ମେଳାରେ  ମସô୍ୟ, ପ୍ରାଣୀସମ୍ପଦ, ମିଶନ ଶକ୍ତି, ଜିଲ୍ଲା ଶିଳ୍ପ କେନ୍ଦ୍ର ଇତ୍ୟାଦି ବିଭାଗର ମୋଟ ୩୦ ଗୋଟି ଷ୍ଟଲ ଖୋଲାଯାଇଛି । ଏହି କାର୍ଯ୍ୟକ୍ରମ ରେ  ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,  ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,  ଜିଲ୍ଲା ପରିଷଦ ଅଧ୍ୟକ୍ଷା  ବବିତା ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ସୁଦୀପ ଗଡନାୟକ, ପ୍ରାଣୀସମ୍ପଦ ବିଭାଗର ଅତିରିକ୍ତ ନିଦେ୍ର୍ଦଶକ  ଜାନକୀ ବଲ୍ଲଭ ପଟ୍ଟନାୟକ,ଜିଲ୍ଲା ମସô୍ୟ ଅଧିକାରୀ କୁଅଁର ମର୍ଣ୍ଡି, ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଡ ନିରୋଦ ଦାସଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ କୃଷକ ବନ୍ଧୁମାନେ ଯୋଗଦେଇଥିଲେ ।