ବିପିୟୁଟିରୁ ପିଏଚଡ଼ି ଡିଗ୍ରୀ ପାଇଲେ ସୌଦାମିନୀ ମଲ୍ଲିକ

ବିପିୟୁଟିରୁ ପିଏଚଡ଼ି ଡିଗ୍ରୀ ପାଇଲେ ସୌଦାମିନୀ ମଲ୍ଲିକ

ରାଉରକେଲାର ବିପିୟୁଟିରୁ ପିଏଚଡ଼ି ଲାଭ କରିଛନ୍ତି ସୌଦାମିନୀ ମଲ୍ଳିକ  । ‘ସଲ୍ୟୁବିଲିଟି ଏନହାନ୍ସେମେଣ୍ଟ ଅଫ ପୋରଲି ୱାଟର ସଲ୍ୟୁବଲ ଡ୍ରଗ୍ସ ବାୟ ସଲିଡ଼ ଡିସପରସନ୍‌ ଟେକନିକ’ ଉପରେ ସେ ଗବେଷଣା କରି ସଫଳତା ଲାଭ କରିଛନ୍ତି  । ବ୍ରହ୍ମପୁରର ରୟାଲ କଲେଜ ଅଫ ଫାର୍ମାସି ଆଣ୍ଡ ହେଲଥ ସାଇନ୍ସର ପ୍ରଫେସର ଡକ୍ଟର ପିଏନ ମୁର୍ଥି ଓ ଡକ୍ଟର ଅଞ୍ଜନ କୁମାର ମହାପାତ୍ରଙ୍କ ଯୁଗ୍ମ ତତ୍ତ୍ୱାବଧାନରେ ସେ ଏହି ଗବେଷଣା କରୁଥିଲେ  ।
ସୌଦାମିନୀଙ୍କର ଫାର୍ମାସିଉଟିକାଲ ସାଇନ୍ସରେ ୧୩ ବର୍ଷର ଅଧ୍ୟାପନା ଓ ଅଭିଜ୍ଞତା  ରହିଛି  । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପତ୍ରିକାରେ ତାଙ୍କର ୧୦ରୁ ଉଦ୍ଧ୍ୱର୍ ଗବେଷଣାତ୍ମକ ନିବନ୍ଧ ଓ ସମୀକ୍ଷା ପ୍ରକାଶ ପାଇଛି  । ସେହିପରି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀରେ ସେ ନିଜର ଗବେଷଣା ସଂକ୍ରାନ୍ତରେ ନିବନ୍ଧ ଉପସ୍ଥାପନ କରିଛନ୍ତି  । ଏବେ ସେ ରେଡ଼କ୍ରସ ରିଜିଓନାଲ ବ୍ଲକ ସେଣ୍ଟରରେ କାର୍ଯ୍ୟ କରୁଛନ୍ତି  ।
ଏପିଟିଆଇ, ଆଇପିଜଏର ସେ ଆଜୀବନ ସଦସ୍ୟ ମଧ୍ୟ ରହିଛନ୍ତି  । ଜଗତସିଂହପୁରର ନୂଆଗାଁରେ ସେ ଜନ୍ମଗ୍ରହଣ କରିଥିଲେ  । ନାରାୟଣ ମଲ୍ଲିକ ଓ ବାସନ୍ତୀ ମଲ୍ଲିକଙ୍କର ସେ ହେଉଛନ୍ତି ବଡ଼ ଝିଅ  । ତାଙ୍କ ଶ୍ୱଶୁର ହେଉଛନ୍ତି ସ୍ୱର୍ଗତ ପତି ବିଶ୍ୱାଳ  । ନିଜର ସଫଳତା ପାଇଁ ସେ ସମସ୍ତ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି  ।