ବିପୟୁଟିରୁ ପିଏଚଡ଼ି ପାଇଲେ ରୁଚିତା

ରାଉରକେଲା ବିପିୟୁଟିରୁ ପିଏଚଡ଼ି ଡିଗ୍ରୀ ହାସଲ କରିଛନ୍ତି ରୁଚିତା କୁମାରୀ ପାତ୍ର । ‘ସଲ୍ୟୁବିଲିଟି ଏନହାନ୍ସମେଣ୍ଟ ଆଣ୍ଡ ଫର୍ମୁଲେସନ ଡେଭଲପେମଣ୍ଟ ଅଫ ପୋରଲି ସଲ୍ୟୁବଲ ଡ୍ରଗ୍ସ’ ଉପରେ ସେ ଗବେଷଣା କରିଛନ୍ତି । ବ୍ରହ୍ମପୁରର ରୟାଲ କଲେଜ ଅଫ ଫାର୍ମାସି ଆଣ୍ଡ ହେଲଥ ସାଇନ୍ସର ପ୍ରଫେସର ଡକ୍ଟର ଅଜିତ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ସେ ଗବେଷଣା କରି ସଫଳତା ହାସଲ କରିଛନ୍ତି ।
ଡକ୍ଟର ରୁଚିତାଙ୍କର ୧ ବର୍ଷର ଅଧ୍ୟାପନା ଅଭିଜ୍ଞତା ଥିବାବେଳେ ଫାମାସିଉଟିକାଲ ସାଇନ୍ସରେ ୧୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଗବେଷଣା ଅଭିଜ୍ଞତା ରହିଛି । ଜାତୀୟ ଓ ଅନ୍ତର୍ଜାତୀୟ ପତ୍ରିକାରେ ତାଙ୍କର ୧୫ରୁ ଉଦ୍ଧ୍ୱର୍ ଗବେଷଣାତ୍ମକ ପ୍ରବନ୍ଧ ଓ ସମୀକ୍ଷା ପ୍ରକାଶ ପାଇଛି । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀରେ ସେ ନିଜର ବିଜ୍ଞାନ ସମ୍ବନ୍ଧୀୟ ଗବେଷଣା କାର୍ଯ୍ୟକୁ ଉପସ୍ଥାପିତ କରିଛନ୍ତି । ସମ୍ପ୍ରତି ସେ ଓଡ଼ିଶା ରାଜ୍ୟ ସାଧାରଣ ବଣ୍ଟନ ନିଗମର ପ୍ରୋକ୍ୟୁଏରମେଣ୍ଟ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି ।
ଅନେକ ପେଶାଦାର ସଂଗଠନ ସହ ମଧ୍ୟ ଡକ୍ଟର ରୁଚିତା ଜଡ଼ିତ ଅଛନ୍ତି । ଇନଷ୍ଟିଚ୍ୟୁଟ ଅଫ କେମିଷ୍ଟର ସେ ସହଯୋଗୀ ସଦସ୍ୟ ଥିବାବେଳେ ଓଡ଼ିଶା ଫାର୍ମାସିଉଟିକାଲ ଆସୋସିଏସନର ଆଜୀବନ ସଦସ୍ୟ ରହିଛନ୍ତି । ତାଙ୍କ ଘର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ହୋଇଥିବାବେଳେ ତାଙ୍କ ବାପାମା’ ହେଉଛନ୍ତି ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ଡକ୍ଟର ବଳରାମ ପାତ୍ର ଓ ଡକ୍ଟର ସୁକାନ୍ତି କୁମାର ପାଣିଗ୍ରାହୀ । ତାଙ୍କ ସ୍ୱାମୀଙ୍କ ନାମ ଡକ୍ଟର ଅଞ୍ଜନ କୁମାର ମହାପାତ୍ର । ତାଙ୍କର ଗୋଟିଏ ଝିଅ ଅଦ୍ୱିତା ଓ ପୁଅ ଆଦିତ୍ୟ ଅଛନ୍ତି । ଭଗବାନଙ୍କ ଆଶୀର୍ବାଦରୁ ସେ ପିଏଚଡ଼ି ଡିଗ୍ରୀ ହାସଲ କରିଛନ୍ତି ବୋଲି କହିବା ସହ ପ୍ରେରଣା ଦେଇଥିବାରୁ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଡକ୍ଟର ସୁଦର୍ଶନ ବିଶ୍ୱାଳଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି ।