ଘଟଗାଁରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
କେନ୍ଦୁଝର : ମୁଖମନ୍ତ୍ରୀ ମୋହନ ଚରଣ ମାଝି ରବିବାର କେନ୍ଦୁଝର ଗସ୍ତରେ ଆସିଥିବା ବେଳେ ମା’ ତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ଏହାର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏବେ ମା’ଙ୍କ ପୀଠରେ ୫୦ କୋଟି ଟଙ୍କାର କାମ ଚାଲିଛି। ମାତ୍ର ଏହା ପୀଠର ବିକାଶ ପାଇଁ ପର୍ଯ୍ୟାପ୍ତ ନୁହେଁ। ଏନେଇ ଆଉ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିବା ସହ ମା’ଙ୍କ ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।