୩ ଦିନ ପାଇଁ ମସ୍କୋ ଯିବେ ରାଜନାଥ: ଭାରତ ଆସିବେ ପୁଟିନ୍

୩ ଦିନ ପାଇଁ ମସ୍କୋ ଯିବେ ରାଜନାଥ: ଭାରତ ଆସିବେ ପୁଟିନ୍

 ଆସନ୍ତାବର୍ଷ ପ୍ରଥମ ମାସରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରକୁ ରକ୍ଷା କରି ପୁଟିନ ଭାରତ ଆସିବେ ବୋଲି ସୂଚନା ରହିଛି । ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ପୁଟିନ୍ ଭାରତ ଗସ୍ତ କରିବେ । ଋଷ -ଭାରତ ଶିଖର ସମ୍ମିଳନୀ ଦିଲ୍ଲୀରେ ଆୟୋଜିତ ହେବ । ତେଣୁ ଏଥିରେ ମୁଖ୍ୟ ଅତିଥି ହେବେ ଋଷ୍ ରାଷ୍ଟ୍ରପତି ପୁଟିନ୍ । 

ଗତ ଥର ମସ୍କୋରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ତେବେ ଯୁଦ୍ଧ ଭିତରେ ପୁଟିନଙ୍କ ଭାରତ ଗସ୍ତ ବିଭିନ୍ନ ଦିଗରେ ଗୁରୁତ୍ୱ ବହନ କରୁଛି । ସବୁବେଳେ ଯୁଦ୍ଧ ବନ୍ଦ କରିବାକୁ ଭାରତ ଆଲୋଚନାକୁ ଗୁରୁତ୍ୱ ଦେଉଥିବାବେଳେ ଗସ୍ତ ସମୟରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ କିଛି ବଡ ଆଲୋଚନା ସମ୍ଭାବନା ରହିଛି । ଏହାସହ ବଡ ପ୍ରତିରକ୍ଷା ଚୁକ୍ତିର ସମ୍ଭାବନା ମଧ୍ୟ ରହିଛି  ।

ଅନ୍ୟପଟେ ମସ୍କୋ ଗସ୍ତ କରୁଛନ୍ତି ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଡିସେମ୍ବର ୮ରୁ ୧୦ -୩ ଦିନ ପାଇଁ ରାଜନାଥ ଋଷ ଗସ୍ତ କରୁଛନ୍ତି । ଆଇଆରଆଇଜିସି ସମ୍ମିଳନୀରେ ଯୋଗଦେବେ ରାଜନାଥ । ଋଷ ଓ ଭାରତର ମିଳିତ ପ୍ରସ୍ତୁତିରେ ନିର୍ମିତ ଆଇଏନଏସ ତୁଶୀଲ ଭାରତୀୟ ସେନାରେ ସାମିଲ କରାଯିବ । ଏହା ହେଉଛି ମଲ୍ଟି ଗାଇଡେଡ୍ ମିସାଇଲ ରହିତ ଆଇଏନଏସ ତୁସୀଲ । 

୨୦୧୬ରେ ଉଭୟ ଦେଶରେ ମଧ୍ୟରେ ନିର୍ମାଣ ନେଇ ଚୁକ୍ତି କରାଯାଇଥିଲା । ସୂଚନା ଅନୁସାରେ, ଭାରତୀୟ ନୌସେନାର ସ୍କ୍ୱାର୍ଡ ଆର୍ମିରେ ସାମିଲ ହେବ । ଗସ୍ତ ସମୟରେ ପ୍ରତିରକ୍ଷା ସମ୍ବନ୍ଧିତ ବିଭିନ୍ନ ବୈଠକରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ପରେ ଋଷର ପ୍ରତିରକ୍ଷାମନ୍ତ୍ରୀ ଆନ୍ଦ୍ରେ ବେଲୋସୋବକୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସହ ପ୍ରତିରକ୍ଷା ଚୁକ୍ତି ସମ୍ଭାବନା ରହିଛି । ସୈନ୍ୟ ସହଯୋଗ ଉପରେ ବିଶେଷ ଆଲୋଚନା ହୋଇପାରେ ।