ନିମ୍ନମାନର ଛତୁଆ ଯୋଗାଣ କରୁଛି ଏସଏଚଜି ଗ୍ରୁପ, ୧୨୫ ଗ୍ରୁପଙ୍କୁ ହୋଇଛି ନୋଟିସ: ବିଧାନସଭାରେ ପ୍ରଭାତି ପରିଡାଙ୍କ ଉତ୍ତର
ବିଧାନସଭାରେ ଉଠିଲା ନିମ୍ନମାନର ଛତୁଆ ପ୍ରସଙ୍ଗ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କୁ ପ୍ରଶ୍ନ କରିଛନ୍ତି ବିଧାୟକ କଳିକେଶ ନାରାୟଣ ସିଂଦେଓ । ଆଉ ଏହାର ଉତ୍ତରରେ ପ୍ରଭାତି ପରିଡା କହିଛନ୍ତି, ନିମ୍ନମାନର ଛତୁଆ ଯୋଗାଣ କରୁଛନ୍ତି ଏସଏଚଜି ଗ୍ରୁପ । ୧୨୫ଟି ଏସଏଚଜି ଗ୍ରୁପ ବିରୋଧରେ ଏଭଳି ଅଭିଯୋଗ ଆସିଛି । କାରଣ ଦର୍ଶାଅ ନୋଟିସ ଜାରି କରିଛି ମହିଳା ଶିଶୁ ବିକାଶ ବିଭାଗ । ଷ୍ଟେଟ ଫୁଡ୍ ଟେଷ୍ଟିଂ ଲାବରୋଟେରୀ ଭୁବନେଶ୍ଵରରେ ନମୁନା ପରୀକ୍ଷା ହୋଇଥିଲା ।