ରାହୁଲ କହିଲେ ମହାରାଷ୍ଟ୍ର ନିର୍ବାଚନରେ ବଡ଼ ଚୋରି

ରାହୁଲ କହିଲେ ମହାରାଷ୍ଟ୍ର ନିର୍ବାଚନରେ ବଡ଼ ଚୋରି

 କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଏସଆଇଆରକୁ ନେଇ ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ସମ୍ବିଧାନର ମୂଳଦୂଆ ହେଉଛି ଭୋଟ୍ । ତେଣୁ ଏପରି ପରିସ୍ଥିତିରେ କେଉଁ ଲୋକ ଭୋଟ୍ ଦେଉଛନ୍ତି ସେ ନେଇ ସଠିକ୍ ଭାବେ ଭାବିବାକୁ ପଡ଼ିବ । ସତରେ କଣ ଭୋଟର ଲିଷ୍ଟରେ ମିଛ ଭୋଟର ଯୋଡ଼ି ହେଉଛନ୍ତି ? 

ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ମହାରାଷ୍ଟ୍ରରେ ନିର୍ବାଚନ ଚୋରି ହୋଇଛି ଯେଉଁ କାରଣରୁ ମହାରାଷ୍ଟ୍ର ନିର୍ବାଚନ ଆମେ ହାରିଗଲୁ । ମହାରାଷ୍ଟ୍ରରେ ୪୦ ଲକ୍ଷ ଭୋଟର ରହସ୍ୟମୟୀ ଅଟନ୍ତି । ମାତ୍ର ୫ ମାସରେ ହିଁ ସେଠାରେ ବହୁତ ଭୋଟରଙ୍କ ନାଁ ଭୋଟର ଲିଷ୍ଟକୁ ଉଠିଥିଲା । ତେବେ ଭୋଟର ଲିଷ୍ଟକୁ ନେଇ ନିର୍ବାଚନ ଆୟୋଗ ଜବାବ ଦେବା ଉଚିତ, ଭୋଟର ଲିଷ୍ଟ ଠିକ୍ କି ଭୁଲ ସେନେଇ ନିର୍ବାଚନ ଆୟୋଗ ଉତ୍ତର ରଖିବା ଉଚିତ୍ ବୋଲି କହିଛନ୍ତି ରାହୁଲ । ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ଆୟୋଗ ଇଲେକ୍ଟୋନିକ୍ସ ଡାଟା କାହିଁକି ଦେଉନାହାଁନ୍ତି ? ଆମେ ଆୟୋଗଙ୍କୁ ବାରମ୍ବାର ଡାଟା ମାଗିବା ପରେ ବି ସେମାନେ ଡାଟା ଦେଉନାହାଁନ୍ତି । ଏ ସମ୍ପର୍କରେ ଜବାବ ରଖିବାକୁ ମଧ୍ୟ ସେମାନେ ମନା କରୁଛନ୍ତି । ଏହାର କାରଣ କଣ ବୋଲି ପଚାରିଛନ୍ତି ରାହୁଲ ଗାନ୍ଧୀ । ଦେଶରେ ଫର୍ଜି ଭୋଟିଂ ଚାଲିଛି । ଏହି ଚୋରିକୁ ଧରିବାକୁ ଲମ୍ବା ସମୟ ଲାଗିଲା । ଭୋଟର ଲିଷ୍ଟରେ ବହୁତ ଲୋକଙ୍କ ବାପାଙ୍କ ନାଁ ଆଗରେ ଯାହା କିଛି ଲେଖାହେଇଛି । ଏମିତି କି ଠିକଣା ମଧ୍ୟ ଫାଙ୍କା ପଡ଼ିଛି । ଭୋଟର ଲିଷ୍ଟରେ ଡୁପ୍ଲିକେଟ୍ ଭୋଟରଙ୍କ ସଂଖ୍ୟା ବହୁତ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।