ବିଜେଡି କାଉନସିଲରଙ୍କ ଘରୁ ଶିଶୁପୁତ୍ର ଉଦ୍ଧାର

ବିଜେଡି କାଉନସିଲରଙ୍କୁ ନେଇ ସାମନାକୁ ଆସିଲା ବଡ ଖବର ।  ୪ମାସର ଶିଶୁକୁ ଲୁଚାଇ ରଖିଥିଲେ କାଉନସିଲରଙ୍କ ଝିଅ । ଏଭଳି ଅଭିଯୋଗ ପରେ ଶିଶୁଟିକୁ ଉଦ୍ଧାର କରାଯାଇଛି ।  ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ରେମୁଣା ୧୧ନମ୍ବର ୱାର୍ଡ ବିଜେଡି କାଉନସିଲରଙ୍କ ଘରୁ ଏକ ଶିଶୁପୁତ୍ରକୁ ଚାଇଲ୍ଡ ଲାଇନ୍ ଦ୍ୱାରା ଉଦ୍ଧାର କରାଯାଇଛି । ଏହାପରେ ତନାଘନା ଜାରି ରହିଛି ।  ତେବେ ଶିଶୁଟିକୁ ଲୁଚାଇ ରଖିବାର କାରଣ କଣ ତାହା ଏବେଯାଏଁ ଜଣା ପଡିନାହିଁ ।