କାହାକୁ ନଜଣାଇ ଶାଶୁକୁ ପୋଡିଦେଲା ବୋହୂ

ଭୁବନେଶ୍ୱର : ଭୁବନେଶ୍ୱର ସତ୍ୟନଗର ଶ୍ମଶାନରୁ ଜବତ ହୋଇଛି ଅର୍ଦ୍ଧଦଗ୍ଧ ଶବ । ବୋହୁ କାହାକୁ ନଜଣାଇ ଶାଶୁର ଶବକୁ ଦାହ କରାଉଥିବା ଅଭିଯୋଗ ହୋଇଛି । ଉକ୍ତ ମୃତକ ହେଉଛନ୍ତି ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ଧର୍ମପତ୍ନୀ । ତେବେ ଶବଟିକୁ ପୋଷ୍ଟମର୍ଟମ ନକରି ଦାହ କରାଉଥିବାର ଅଭିଯୋଗ ପରେ ଏହାକୁ ଜବତ କରାଯାଇଛି । ସମ୍ପର୍କୀୟଙ୍କ ଅଭିଯୋଗ ପରେ ପୋଲିସ୍ ଶବକୁ ଅର୍ଦ୍ଦଦଗ୍ଧ ଅବସ୍ଥାରେ ଜବତ କରିଛି ।