ରେଲୱେ ଟ୍ରାକରୁ ମିଳିଛି କାଠଗଡ଼ : ଅଳ୍ପକେ ଟଳିଲା ବିପଦ!

ଲଗାତାର ଭାବେ ରେଳ ଦୁର୍ଘଟଣା ଘଟୁ ଥିବାବେଳେ ଏକ ରେଲୱେ ଟ୍ରାକରୁ କାଠ ଗଡ଼ ପଡ଼ିଥିବା ଦେଖିବାକୁ ମିଳିଛି। ଏକ ପାସେଞ୍ଜର ଟ୍ରେନ୍ କାଠ ଗଡ଼କୁ ଧକ୍କା ଦେବା ପରେ ଅଟକି ଯାଇଛି। ସୌଭାଗ୍ୟ ବଶତଃ ବିପଦ ଟଳି ଯାଇଛି।ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଏକ ରେଲୱେ ଟ୍ରାକରେ କାଠ ଗଡ଼ ପଡ଼ିଥିଲା। ଟ୍ରେନ୍ ନମ୍ବର ୧୪୨୩୬ ଦିଲ୍ଲୀ-ଲକ୍ଷ୍ନୌ ଯାଉ ଥିବାବେଳେ କାଠ ଗଡ଼କୁ ଧକ୍କା ଦେଇଥିଲା। କିନ୍ତୁ ଲୋକୋ ପାଇଲଟ ଟ୍ରେନକୁ ଅଟକାଇ ଦେଇଥିଲେ। ଏହାପରେ ସେ ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦେବା ପରେ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ରେଳ ଟ୍ରାକରେ କେହି କାଠ ଗଡ଼କୁ ବାନ୍ଧି ଦେଇଥିବା ଜଣା ପଡ଼ିଥିଲା। ଏହି କାଠ ଗଡ଼ଟି ପ୍ରାୟ ଦୁଇ ଫୁଟର ହେବ। ଲୋକୋ ପାଇଲଟ ସଠିକ୍ ସମୟରେ ଟ୍ରେନକୁ ଅଟକାଇ ଦେଇଥିବାରୁ ସମ୍ଭାବ୍ୟ ବିପଦ ଟଳି ଯାଇଛି।  ଧାରଣାରେ କାଠ ଗଡ଼ ବନ୍ଧା ଯାଇଥିବାରୁ କେହି ଜାଣିଶୁଣି ଏପରି କରିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ମଧ୍ୟ ଏପରି ଏକାଧିକ ମାମଲା ସାମ୍ନାକୁ ଆସିଛି।ମଲିହାବାଦ ପୁଲିସ ଷ୍ଟେସନରେ ଏକ ମାମଲା  ରୁଜୁ କରାଯାଇ ତଦନ୍ତ କରାଯାଉଛି। ତେବେ ଲଗାତାର ଭାବେ ଏପରି ଘଟଣା ରେଲୱେ କର୍ମଚାରୀଙ୍କ ସମେତ ଯାତ୍ରୀଙ୍କୁ ମଧ୍ୟ ଚିନ୍ତାରେ ପକାଇଛି।