ଜଟିଳ ହେବାରେ ଲାଗିଛି ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲା

କୋଲକାତା : କୋଲକାତା ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲା ଜଟିଳ ହେବାରେ ଲାଗିଛି। ଏପର୍ଯ୍ୟନ୍ତ କେବଳ ଜଣେ ଅଭିଯୁକ୍ତ – ସଞ୍ଜୟ ରୟଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ପୀଡିତାଙ୍କ ମାତାପିତାଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଘଟଣାକୁ ଆହୁରି ଜଟିଳ କରିଦେଇଛି।
ଆର.ଜି କର ହସ୍ପିଟାଲରେ ବିକ୍ଷୋଭକାରୀ ଡାକ୍ତରଙ୍କ ସହ ଯୋଗ ଦେଇଥିବା ମୃତ ଡାକ୍ତରଙ୍କ ପରିବାର ସଦସ୍ୟ କୋଲକାତା ପୋଲିସକୁ ଶବକୁ ଶୀଘ୍ର ଦାହ କରି ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ମହିଳା ଡାକ୍ତରଙ୍କ ବାପା କହିଛନ୍ତି ଯେ ଆମେ ଆମ ଝିଅର ମୃତ ଦେହକୁ ରଖିବାକୁ ଚାହୁଁଥିଲୁ, କିନ୍ତୁ ଆମ ଉପରେ ଅତ୍ୟଧିକ ଚାପ ପକାଯାଇଥିଲା ଏବଂ ତାଙ୍କ ମୃତଦେହକୁ ଦାହ କରାଯାଇଥିଲା ।