୪ରେ ଲଘୁଚାପ, ଜାଣନ୍ତୁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷିବ
RAIN IN ODISHA

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ବାଂଲାଦେଶ ଓ ଉତ୍ତର ଆଣ୍ଡାମାନ ସାଗର, ମିଆଁମାର ଉପକୂଳ ଦେଇ ଏକ ଟ୍ରଫ୍ ଲାଇନ୍ ଯାଇଛି । ଯାହାର ପ୍ରଭାବରେ ଆସନ୍ତା ୪ରେ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଆସନ୍ତାକାଲି ସକାଳ ସାଢେ଼ ୮ଟା ପର୍ଯ୍ୟନ୍ତ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି, ରାୟଗଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହେବ । ସେହିପରି ଆସନ୍ତାକାଲି ଠାରୁ ଅକ୍ଟୋବର ୪ ସକାଳ ସାଢେ଼ ୮ଟା ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।