ଦନ୍ତା ହାତୀର ମୃତ୍ୟୁ

ଦନ୍ତା ହାତୀର ମୃତ୍ୟୁ

ସମ୍ବଲପୁର: ଆଜି ଭୋର ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବସିଆପଡ଼ା ଗାଁର ଡାଲଖାଇପଡ଼ାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀଟି ଧାନ-ଚାଉଳ ଖାଇବା ଉଦ୍ଦେଶ୍ୟରେ ଗାଁକୁ ପଶିଥିବା ବେଳେ ଜଣଙ୍କର ଘର ଭାଙ୍ଗିବାକୁ ଉଦ୍ୟମ କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ତା’ର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ହାତୀଟିର ମୃତ୍ୟର ପ୍ରକୃତ କାରଣ ଜଣାପଡ଼ିନାହିଁ। ଓଡ଼ିଆ ସ୍ପଷ୍ଟ ନୁ୍ୟଜ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।  ଏହି ଦନ୍ତା ହାତୀଟି କିଛି ବର୍ଷ ହେଲା ଗୋଠଛଡ଼ା ହୋଇ ଏକୁଟିଆ ରହୁଥିଲା। ଦିନ ବେଳେ ଦନ୍ତା ହାତୀଟି ଜଙ୍ଗଲରେ ରହୁଥିଲା ଓ ରାତି ହେଲେ ଜନବସତି ଅଞ୍ଚଳକୁ ପ୍ରବେଶ କରୁଥିଲା। ଆଖପାଖ ଜନବସତି ଅଞ୍ଚଳରେ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଦେଉଥିଲା।