ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତ ବାପାଙ୍କୁ ଜେଲ୍‌

ବରଗଡ଼ ଜିଲାରେ ୨୦୨୦ରେ ସଂଘଟିତ ଏକ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏହି ମାମଲାରେ ଅତିରିକ୍ତ ଜିଲା ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ଅଭିଯୁକ୍ତ ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଏହା ସହିତ ପୀଡ଼ିତା ୧୦ ଲକ୍ଷ କ୍ଷତିପୂରଣ ଦେବା ଦିଗରେ ପଦକ୍ଷେପ ନେବାକୁ ଡିଏଲ୍‌ଏସ୍‌ଏଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଥାଉକି, ଗତ ୨୦୨୦ ଫେବୃଆରୀ ୨୨ରେ ଏହି ଘଟଣାକୁ ନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ରାୟ ପ୍ରକାଶ ପାଇଥିଲା। ପୀଡ଼ିତାଙ୍କ ପକ୍ଷରୁ ଆଡଭୋକେଟ୍‌ ଦ୍ୟୁତିଶ ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।