ଖୁବ୍ ଶୀଘ୍ର ପୁରୀ ଯାଇ ତଦନ୍ତ କରିବ ଏନ୍ଆଇଏ

ୟୁଟ୍ୟୁବରଙ୍କ ପାକିସ୍ତାନୀ ଗୁପ୍ତଚର ଲିଙ୍କ୍ ପ୍ରସଙ୍ଗରେ ଏନ୍ଆଇଏ ତଦନ୍ତ କରୁଛି । ଯାହାର ଲିଙ୍କ୍ ବାହାରିବ ସେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଯେଉଁମାନେ ଦୋଷୀ ସେମାନେ କଠିନ ଦଣ୍ଡରେ ଦଣ୍ଡିତ ହେବେ । ଯେଉଁମାନେ ପଡୋଶୀ ଦେଶ ପାଇଁ ଗୁଇନ୍ଦାଗିରି କରୁଛନ୍ତି ବା ସହାୟତା କରୁଛନ୍ତି, ସେମାନଙ୍କୁ କେବେ ବି ଛଡା ଯିବନାହିଁ । ପାକିସ୍ତାନ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ପୁରୀ ଲିଙ୍କ୍ ମାମଲାରେ ତଦନ୍ତକୁ ଅଧିକ ଜୋରଦାର କରାଯାଇଛି । ମାମଲାର ଅଧିକ ତଦନ୍ତ ପାଇଁ ଖୁବ୍ ଶୀଘ୍ର ପୁରୀ ଯାଇ ତଦନ୍ତ କରିପାରେ ଏନ୍ଆଇଏ । ସେହିପରି ହରିୟାଣା ପୁଲିସ ମଧ୍ୟ ପୁରୀ ଆସିବାର ସମ୍ଭାବନା ରହିଛି । ପୁରୀର ଯୁବତୀ ପ୍ରିୟଙ୍କା ସେନାପତିଙ୍କୁ ପୁରୀ ନଛାଡି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ପୁଲିସ ସ୍କାନରରେ ରହିଛି ପ୍ରିୟଙ୍କାଙ୍କ ପୂରା ପରିବାର । ପୁରୀ ଆସିଥିବା ବେଳେ ଜ୍ୟୋତି ଯାଇଥିବା ସ୍ଥାନକୁ ମଧ୍ୟ ସ୍କାନରରେ ରଖିଛି ପୁଲିସ । ପ୍ରିୟଙ୍କାଙ୍କଠାରୁ ତଥ୍ୟ ନେଇ ସେସବୁ ସ୍ଥାନକୁ ଯାଇ ତଦନ୍ତ କରାଯିବ । ପୁରୀ ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ ଜ୍ୟୋତି । ପୁରୀ ଆସିଥିବା ସମୟରେ ଜ୍ୟୋତି କେଉଁଠିକୁ ଯାଇଥିଲେ, କାହା କାହକୁ ଭେଟିଥିଲେ ? ସେସଂପର୍କରେ ତଦନ୍ତ କରିପାରେ ଜାତୀୟ ତଦନ୍ତକାରୀ ସଂସ୍ଥା ।