ବ୍ଲୁମବର୍ଗ ହେଲେ ଭାରତର ସବୁଠୁ ବଡ ଧନୀ: ପଛରେ ଅମ୍ୱାନୀ
କରୋନା ଅବଧି ପରେ ସମଗ୍ର ବିଶ୍ୱର ଅର୍ଥନୀତି ଖରାପ ପ୍ରଭାବିତ ହୋଇଛି, କିନ୍ତୁ ଏହି ଖରାପ ଅବସ୍ଥାରେ ମଧ୍ୟ ଭାରତ ହେଉଛି ଦ୍ରୁତତମ ଅଭିବୃଦ୍ଧି ଅର୍ଥନୀନୈତିକ ରାଷ୍ଟ୍ର । ଭାରତ ବ୍ରିଟେନକୁ ଅତିକ୍ରମ କରି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଚି ।ଗତ ଏକ ବର୍ଷ ମଧ୍ୟରେ ଟଙ୍କା ପ୍ରାୟ ୧୦% ହ୍ରାସ ହୋଇଥିଲେ ମଧ୍ୟ ଦେଶରେ ଧନୀମାନଙ୍କ ସମ୍ପତ୍ତିରେ କ୍ରମାଗତ ବୃଦ୍ଧି ଘଟିଛି। ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ୨୫ ବିଲିୟନ ଡ଼ଲାରର ରେକର୍ଡ ହୋଇଛି ଓ ଏହା ୮୦୦ବିଲିୟନ ଡଲାର ଅତିକ୍ରମ କରିଛି । ସେଥିମଧ୍ୟରୁ ଏବେ ପ୍ରକାଶ ପାଇଛି ଧନୀ ତାଲିକା, ବ୍ଲୁମ୍ବର୍ଗ ଦ୍ୱାରା ବିଶ୍ବର ୨୫ ସବୁଠୁ ଧନୀ ପରିବାର ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ ନମ୍ବରରେ ରହିଛି ଅମ୍ବାନୀ ଫ୍ୟାମିଲି । ୧୯୫୫ରେ ଧୀରୁ ଭାଇ ଅମ୍ବାନୀ ରିଲାଏନ୍ସ କମର୍ସିଆଲ କମ୍ପାନୀର ସ୍ଥାପନା କରିଥିଲେ।ବର୍ତ୍ତମାନ ଏହା ବିଶ୍ବର ଏକ ବଡ଼ ଶୀଳ୍ପ ସଂସ୍ଥା ଭାବେ ଅର୍ଜନ କରିଛି । ଗତ କିଛି ବର୍ଷ ଧରି ବିଶ୍ବର ଧନୀ ପରିବାର ତାଲିକାରେ ପ୍ରଥମ ୧୦ ଭିତରେ ସ୍ଥାନ ଅକ୍ତିଆର କରିଛି ଅମ୍ବାନୀ ଫ୍ୟାମିଲି । ଭାରତରେ ୧ ନମ୍ବର ଧନୀ ଭାବେ ପରିଚିତ ଅମ୍ବାନୀ ଖାନଦାନ୍ । ତାଙ୍କର ମୋଟ୍ ସମ୍ପତ୍ତି ପାଖାପାଖି ୨୬ ଟ୍ରିଲିଅନ୍ । ଧନୀ ପରିବାର ତାଲିକାର ୧ ନମ୍ବରରେ ରହିଛନ୍ତି ୱାଲମାର୍ଟ ସଂସ୍ଥା ପ୍ରତିଷ୍ଠାତା ୱାଲଟନ୍ସ ଫ୍ୟାମିଲି । ଅନେକ ବର୍ଷ ଧରି ଧନୀ ପରିବାର ଲିଷ୍ଟର ୧ ନମ୍ବର ସ୍ଥାନରେ ରହୁଛନ୍ତି ୱାଲଟନ୍ସ ଫ୍ୟାମିଲି।