ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

କନ୍ଧମାଳ:  ହାଟପଦା ସ୍ଥିତ ମା’ ନାରାୟଣୀଙ୍କ ସଭାଗୃହରେ ବରିଷ୍ଠ ନାଗରିକ କମିଟି ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୁର୍ବେଦିକ ଡାକ୍ତର ଜଗଦୀଶ ବେଜ ସ୍ୱାସ୍ଥ୍ୟ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ । ଡଃ ବେଜ ରୋଗ ନ ହେବା ପାଇଁ ପ୍ରଥମେ ପ୍ରତିଷେଧକ ବ୍ୟବସ୍ଥା ଉପରେ ଉପସ୍ଥିତ ଲୋକମାନଙ୍କୁ କେତେକ ପରାମର୍ଶ ଦେଇଥିଲେ । ଆୟୁର୍ବେଦ ଚିକିତ୍ସା ସର୍ବପୁରାତନ ଓ ପାର୍ଶ୍ୱ ପ୍ରତିକ୍ରିୟା ନଥାଏ ବୋଲି କହିଥିଲେ । ବରିଷ୍ଠ ନାଗରିକ ସଂଘର ସଭାପତି କମଳାକାନ୍ତ ପାଣ୍ଡେ ଓ ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଳ ସ୍ୱାସ୍ଥ୍ୟ ଶିବିରର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବୀନ କିଶୋର ପଣ୍ଡା, ପଦ୍ମ ଚରଣ ସ୍ୱାଇଁ,  କେ.ଜ୍ଞାନଦୋରା, ବଂଶୀଧର ପଣ୍ଡା, ଦିଗମ୍ବର ମହାପାତ୍ର, ହେମନ୍ତ ମହାନ୍ତି, ଲକ୍ଷ୍ମୀ ନାରାୟଣ ମହାପାତ୍ର, କୃଷ୍ଣ ମିଶ୍ର, ମଧୁସୂଦନ ସାହୁ, ଗଙ୍ଗାଧର ସାହୁ, ଶିଶିର ମହାନ୍ତି ପ୍ରମୁଖ ଯୋଗଦାନ କରି ଶିବିର ଆୟୋଜନରେ ସହଯୋଗ କରିଥିଲେ । ଏହି ଶିବିରରେ ୮୫ ଜଣଙ୍କ ଚିକିତ୍ସା କରାଯାଇଥିଲା ।