ସାରଳାଦାସଙ୍କ ଜୟନ୍ତୀ ସମାରୋହ
ତିର୍ତ୍ତୋଲ: ମାଟିର ମହାକବି ଆଦିକବି ସାରଳାଦାସ ଓ ସାରଳା ସାହିତ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ସାରସ୍ୱତ ସାଧକ ମାନେ ପ୍ରୟାସ କରିବା ଉଚ୍ଚିତି ବୋଲି ସାରଳାଦାସଙ୍କ ଜୟନ୍ତୀ ସମାରୋହରେ ଉଦ୍ଘାଟକ ଭାବେ ଯୋଗଦଇ ଏମସ୍ର ପୂର୍ବତନ ନିଦେ୍ର୍ଦଶକ ଡ. ଅଶୋକ କୁମାର ମହାପାତ୍ର ମତବ୍ୟକ୍ତ କରିଛନ୍ତି । ବିଛାମାସ କୃଷ୍ଣପକ୍ଷ ପ୍ରତିପଦା ତିଥିକୁ ବିଶିଷ୍ଟ ଜ୍ୟୋର୍ତିବିଦ ଡ.ଜଗଦାନନ୍ଦ ଆଚାର୍ଯ୍ୟ ଆଦିକବି ସାରଳାଦାସଙ୍କ ଜନ୍ମତିଥି ସାବ୍ୟସ୍ତ କରିଥିବାରୁ ଚଳିତବର୍ଷ କବିଙ୍କ ଜନ୍ମମାଟି ପ୍ରାଚୀନ ଝଙ୍କଡର ତେନ୍ତୁଳିପଦାସ୍ଥିତ ଆଖଣ୍ଡଳେଶ୍ୱର ମନ୍ଦିର ପରିସରରେ ସାରଳାଦାସ ପ୍ରତିମୂର୍ତ୍ତି କମିଟି ଓ ସାରଳାଦାସ ସ୍ମୃତି କମିଟି ଆନୁକୁଲ୍ୟରେ ଏହି ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା । କମିଟି ସଭାପତି ସୁରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟଅତିଥି ପୂର୍ଣ୍ଣାଙ୍ଗ ଉକ୍ରଳ ଉନ୍ନୟନ୍ନ ନ୍ୟାସୀ ମଣ୍ଡଳ ସାଧାରଣ ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ଯୋଗଦେଇ ସାରଳାଦାସଙ୍କ ରଚିତ କାବ୍ୟ ସାରଳା ମହାଭାରତ, ଚଣ୍ଡୀ ପୁରାଣ, ବିଲଙ୍କା ରାମାୟଣ ଆଦି ଗ୍ରନ୍ଥ ଉପରେ ଆଲୋକପାତ କରିଥିଲେ ।
ମୁଖ୍ୟବକ୍ତା ଗବେଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ସାହିତ୍ୟକ ରମାକାନ୍ତ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃକ୍ତା ଓ ସଙ୍ଗୀତ ପ୍ରତିଯୋଗିତା ଓ ଜିଲାସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ବାସବ କୁମାର ନନ୍ଦ ଅତିଥି ପରିଚୟ ଓ ଇଂ ସୁବାସ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କନକଲତା ଦାଶ ଓ ସୁବ୍ରତ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିଙ୍କ ଦ୍ୱାରା ବାଇଧର ନାୟକଙ୍କ ରଚିତ ପୁସ୍ତକ ପିଲାଙ୍କ ମହାଭାରତ’ ଓ ସୁରେଶ ଚନ୍ଦ୍ର ମହାନ୍ତିଙ୍କ ପୁସ୍ତକ ‘ସାରଳା ପ୍ରତିଭା’ ଉନ୍ମୋଚିତ ହୋଇଥିଲା । ଝଙ୍କଡ ସାହିତ୍ୟ ସଂସଦର ସମ୍ପାଦକ ଗୋଲୋକ ବିହାରୀ ପଲାଇ, ଆରତୀ ତ୍ରିପାଠୀ, ସବିତା ନାୟକ, ଚିତ୍ତରଞ୍ଜନ ପରିଜା, ନିତ୍ୟାନନ୍ଦ ନାୟକ, ପଦ୍ମାବତୀ ମିଶ୍ର, ଅଶୋଲ ଲେଙ୍କା, ଅକ୍ଷୟ ଦାସ, ଅଞ୍ଜନା ମହାନ୍ତି, ଦେବେନ୍ଦ୍ରନାଥ କର, ରବିନାରାୟଣ ପଣ୍ଡା, ଦେବବ୍ରତ ବାରିକ, ସୁଶାନ୍ତ ପରିକା, ପ୍ରଭାତ ପରିଜା, ଅକ୍ଷୟ ମହାନ୍ତି, ଝୁଲରାମ ଦାସ, ଦିଗମ୍ବର ରାଉତ, ଭାଗିରଥି ମହାନ୍ତି, ନାରାୟଣ ନାୟକଙ୍କ ସମେତ ତିର୍ତ୍ତୋଲ ଅଞ୍ଚଳର ବହୁ ସାହିତ୍ୟକ, ଲେଖକ ଓ ସାହିତ୍ୟ ଅନୁରାଗୀ ଯୋଗଦେଇଥିଲେ ।