ରାହୁଲଙ୍କ ‘ଗରିବୀ ହଟାଅ’ ଫଣ୍ଡା

Rahul Gandhi

ରାହୁଲଙ୍କ ‘ଗରିବୀ ହଟାଅ’ ଫଣ୍ଡା

‘ଗରିବ ମହିଳାଙ୍କୁ ବର୍ଷକୁ ଲକ୍ଷେ ଟଙ୍କା ଦେବ କଂଗ୍ରେସ’
ଜୟପୁର : ‘ଗରିବୀ ହଟାଅ’ର ନାରା ଦେଇ କ୍ଷମତାକୁ ଫେରିଥିଲେ ଇନ୍ଦିରା ଗାନ୍ଧୀ  । ଏବେ ରାହୁଲ ଗାନ୍ଧୀ ଚୁଟକିରେ  ଗରିବୀ ହଟାଅର ଫର୍ମୁଲା ବତାଇଛନ୍ତି  । କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଦେବ ବୋଲି ରାହୁଲ କହିଛନ୍ତି  ।
ରାଜସ୍ଥାନର ଅନୁପଗଡ଼ରେ କଂଗ୍ରେସ ସମାବେଶକୁ ସମ୍ବୋଧିତ କରି ରାହୁଲ କହିଛନ୍ତିଯେ, କଂଗ୍ରେସ କ୍ଷମତାକୁ ଆସିଲେ ଗୋଟିଏ ଝଟକାରେ ଦେଶରୁ ଗରିବୀ ହଟିଯିବ  । ବିପିଏଲ ପରିବାରର ଜଣେ ମହିଳାଙ୍କୁ ବର୍ଷକୁ ୧ ଲକ୍ଷ ଟଙ୍କା ଦିଆଯିବ  । ପ୍ରତିବର୍ଷ ବ୍ୟାଙ୍କ ଖାତାକୁ ଲକ୍ଷେ ଟଙ୍କା ଆସିଲେ ଗୋଟିଏ ଝଟକାରେ ଭାରତରୁ ଗରିବୀ ହଟିଯିବ  ।