ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା

Retired offficer will get job

ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର : ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ମୋହନ ସରକାର ବଡ଼ ଘୋଷଣା କରିଛନ୍ତି  । ସିସିଆର ଆଉଟଷ୍ଟାଣ୍ଡିଂ ଥିଲେ ସେମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରିବ  । ଏଥିପାଇଁ ଏକ ଗାଇଡ଼ଲାଇନ ଜାରି କରାଯାଇଛି  । ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ଏକ କମିଟି ଗଠନ କରାଯାଇଛି  । ଯେଉଁଥିପରେ ଅର୍ଥ ସଚିବ ଓ ସାଧାରଣ ପ୍ରଶାସନ ବିଭାଗ ସଚିବ ସଦସ୍ୟ ରହିଛନ୍ତି  । ଯେଉଁମାନଙ୍କର ସିସିଆର ଆଉଟଷ୍ଟାଣ୍ଡିଂ ଥିବ ସେମାନଙ୍କୁ ନିଯୁକ୍ତି ମିଳିପାରିବ  । ମୋଟ ପଦବୀର ୧% ସ୍ଥାନରେ ସେମାନଙ୍କୁ ଏହି ନିଯୁକ୍ତି ମିଳିବ  । ଏଥିପାଇଁ ଧାର୍ଯ୍ୟ ମାନଦଣ୍ଡ ଆଧାରରେ କମିଟି ହିଁ ଚୟନ କରିବ  । ୬୫ ବର୍ଷରୁ କମ୍‌ ବୟସର ଅଧିକାରୀଙ୍କୁ ପୁନଃନିଯୁକ୍ତି ଦିଆଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି  ।