ସର୍ପାଘାତରେ ମହିଳା ମୃତ

 ବାରଙ୍ଗ : ବିଷାକ୍ତ ସାପ କାମୁଡାରେ ବାଙ୍କୀ ଥାନା ଅନ୍ତର୍ଗତ ବାଆଁରା ଗ୍ରାମର ସ୍ୱର୍ଣ୍ଣଲତା ଜେନା (୫୭)ଙ୍କ ମୃତୁ୍ୟ ଘଟିଛି  । ସୁଚନା ଅନୁଯାଇ  ଗାଈଙ୍କ ଖାଦ୍ୟ ଯୋଗାଡ଼ ପାଇଁ ବାଡ଼ି ପଛ ପଟେ ଗଦା ହୋଇଥିବା ପାଳ ଗଦାରୁ ପାଳ ଆଣୁଥିବା ବେଳେ ବିଷାକ୍ତ ସାପ କାମୁଡିଥିଲା  । ପ୍ରାଥମିକ ଚିକିସôା ପାଇଁ କଟକ ଏସିବିରେ ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ବହୁ ସମୟ ଧରି ଚିକିତ୍ସା ପରେ ସ୍ୱର୍ଣ୍ଣଲତାଙ୍କ ମୃତୁ୍ୟ ଘଟିଥିବା କହିଥିଲେ  । ସାପ କାମୁଡାରେ ମହିଳାଙ୍କ ମୃତୁ୍ୟକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି  ।